କନକ ବ୍ୟୁରୋ: ଦୁଇ ଦିନ ହେବ କୋରାପୁଟ ଜିଲ୍ଲାରେ ବଢ଼ିଛି ଶୀତ ଲହରୀ । ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ଦ୍ୱା ଯାତାୟତରେ ବାଧା ସୃଷ୍ଟି ହୋଇଛି । ବିଶେଷ କରି ଜିଲ୍ଲାର ସିମିଳିଗୁଡ଼ା ଦାମନ ଯୋଡ଼ି ଏବଂ ଦସ୍ ମନ୍ତପୁର ଅଂଚଳରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି ।
କନ୍ଧମାଳ ଜିଲ୍ଲାରେ ଶୀତ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ବର୍ତମାନ ୧୦ ଡିଗ୍ରୀ ତଳେ ରହିଛି । ଗତକାଲି ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଏବଂ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ୧୦ ଦଶମିକ ୫ ଡିଗ୍ରୀ ଏବଂ ଜି. ଉଦୟଗିରିରେ ୯ଦଶମିକ ୪ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛ