କନକ ବ୍ୟୁରୋ : ଚାଷ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ । କେଉଁଠି ଗାତ ଖୋଳାଯାଇଥିବା ବେଳେ ପୋତି ହୋଇଗଲାଣି ତ ଆଉ କେଉଁଠି ଅନାବନା ଗଛ ଉଠିଛି । ପ୍ଲାଂଟେସନ ଏରିଆରେ ଗୋରୁ ଛେଳି ଚରୁଛନ୍ତି । ଗୋପବନ୍ଧୁନଗର ବ୍ଲକ ବରଡିହି ପଂଚାୟତର ଦେବଗାଁରେ ପାମ୍ ଅଏଲ ପ୍ଲାଂଟେସନ ନାଁରେ ଏହି ଦୁର୍ନୀତି ଅଭିଯୋଗ ହୋଇଛି । ୨୯ ଜଣ ହିତାଧିକାରୀଙ୍କ ଜମିରେ ୨୪ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟ ବରାଦ ହୋଇ ପାମ ଅଏଲ ପ୍ଲାଂଟେସନ କାମ ଆରମ୍ଭ ହୋଇଥିଲା । ହେଲେ ଅର୍ଥ କିଭଳି ଆତ୍ମସାତ୍ କରାଯାଇଛି ଏହି ଚିତ୍ର ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । ଚାରିଆଡେ ଘାସ ଭର୍ତି ହୋଇଥିବା ବେଳେ ସେଠାରେ ଚରୁଛନ୍ତି ଛେଳି । କୌଣସି ସ୍ଥାନରେ ପାମ ଅଏଲ ଗଛ ଲଗାଯାଇନାହିଁ । କିଛି ସ୍ଥାନରେ ୩୫ ପ୍ରତିଶତ ଗଛ ଲଗାଇ କାମ ସାରି ଦିଆଯାଇଛି ।
ପ୍ଲାଣ୍ଟେସନ ନାଁରେ ଲକ୍ଷାଧିକ ଟଙ୍କା ଖୁଲମଖୁଲ୍ଲା ଲୁଟପାଟ କରାଯାଉଛି । କାମ ନାଁରେ ବ୍ୟବବରାଦ ହୋଇଥିଲେ ବି କାମ କିଭଳି ହୋଇଛି ତାର ଚିତ୍ର ସାମନାକୁ ଆସିଛି । ଏ ଦୁର୍ନୀତି ନେଇ ପୁଣିଥରେ ଅଭିଯୋଗ ହୋଇଛି । ଖୁବଶୀଘ୍ର ଘଟଣାର ତଦନ୍ତ କରାଯିବା ସହିତ ଦୁର୍ନୀତି ଘଟଣା ସ୍ପଷ୍ଟ ହେଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାର ମିଳିଛି ପ୍ରତିଶ୍ରୁତି ।
ପ୍ଲାଂଟେସନ ନାମରେ ଖୋଲାଖୋଲି ଟଙ୍କା ହରିଲୁଟ୍ ହେଉଥିବା ବେଳେ ଏହାର ତଦନ୍ତ କରାଯଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇଛି ।