କନକ ବ୍ୟୁରୋ : ହେରା ପଞ୍ଚମୀରେ ଜଗା ପାଇଁ ଜଣାଣ ଗାଇଲେ ବିଧାୟକ। ସବୁବେଳେ ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥିବା ଉଦଳା ବିଧାୟକ ଭାସ୍କର ମଢେଇ ଏବେ ପୁଣି ଚର୍ଚ୍ଚାରେ। ଚଳିତ ନିର୍ବାଚନରେ ସେ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଗତକାଲି ହେରା ପଞ୍ଚମୀରେ ଉଦଳା ମେଣ୍ଢାଖାଇ ମାଉସୀମା ମନ୍ଦିରରେ ଏକ ଭଜନ ସନ୍ଧ୍ୟା କାର୍ୟ୍ୟକ୍ରମରେ ଜଗନ୍ନାଥ ଭଜନ ଗାଇ ଚର୍ଚ୍ଚାକୁ ଆସିଛନ୍ତି। ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଜଗନ୍ନାଥ ଭଜନ ଗାଇଥିଲେ ଉଦଳା ବିଧାୟକ। ମଞ୍ଚରେ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ବିଧାୟକ ଭାସ୍କର ମଢେଇଙ୍କୁ ଗୀତ ଗାଇବା ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ଜଣେ ପୁରୁଖା ଗାୟକ ଭଳି ଭାସ୍କର ମଢେଇ ସୁରତାଳରେ ଗୀତ ଗାଇଥିଲେ, ଯାହାକୁ ବେଶ ଉପଭୋଗ କରିଥିଲେ ଉପସ୍ଥିତ ଶ୍ରଦ୍ଧାଳୁ।

Advertisment