ବିନା ବିଧାୟକରେ ଶାସିତ ହେଲେ ଉଦଳା ବିଧାନସଭା କ୍ଷେତ୍ର। ଜନତାଙ୍କ ପାଇଁ ଅଲୋଡ଼ା ହେଲେ ପୂର୍ବତନ ମନ୍ତ୍ରୀ ଗୋଲକ ନାଏକ

ବିନା ବିଧାୟକରେ ଶାସିତ ହେଲେ ଉଦଳା ବିଧାନସଭା କ୍ଷେତ୍ର। ଜନତାଙ୍କ ପାଇଁ ଅଲୋଡ଼ା ହେଲେ ପୂର୍ବତନ ମନ୍ତ୍ରୀ ଗୋଲକ ନାଏକ

କନକ ବ୍ୟୁରୋ: ନିର୍ବାଚନ ପାଣି ଏବେ କେଉଁ ଆଡକୁ ବହୁଚି ତାହା କହିବା କାଠିକର ପାଠ। କାରଣ ଦୀର୍ଘ ବର୍ଷ ଧରି ସଙ୍ଗଠନ କରିଥିବା ନେତା ଏଥର ବିରୋଧୀ ଶିବିରକୁ ଡିଆଁ ମାରିବା ଘଟଣା ଆଉ ନୂଆ ହୋଇ ରହିନାହିଁ। ତେବେ ଉଦଳା ସଂରକ୍ଷିତ ଆସନର ବିଧାୟକ ଗୋଲକ ନାଏକ ଏହି ଡିଆଁ ବ୍ୟାପାରରେ ଟିକେ ଆଗୁଆ ରହିଥିଲେ। ୨୦୧୪ ନିର୍ବାଚନରେ ୨୦ ବର୍ଷର ସମ୍ପର୍କ ଛିନ୍ନ କରି ବିଜେଡିର ହାତ ଧିରିଥିଲେ ଏବଂ ଟିକଟ ପାଇ ବିଧାୟକ ମଧ୍ୟ ବନିଥିଲେ। ହେଲେ ଶାରୀରିକ ଅସୁସ୍ଥତା କାରଣରୁ ୪ବର୍ଷ ଧରି ନା ଲୋକଙ୍କ କଥା ବୁଝିଲେ ନା ସଙ୍ଗଠନ କଥା। ବିନା ବିଧାୟକରେ ଶାସିତ ହେଲେ ଉଦଳା ବିଧାନସଭା କ୍ଷେତ୍ର। ଛାମୁଆ ସମର୍ଥକମାନେ ମଙ୍ଗ ଧରି ଯେନତେନ ଭାବେ ଦାୟିତ୍ବ ତୁଲାଇଲେ। ଫଳରେ ଶାସକ ଶିବିରରେ ବିଭିନ୍ନ ଗୋଷ୍ଠୀ ସୃଷ୍ଟି ହୋଇ ନିଜ ନିଜ ସମର୍ଥକ ନେଇ ରାଜନୀତି କଲେ।

ଦଳୀୟ ସଙ୍ଗଠନ ଭୁଶୁଡି ପଡିଲା। ଯାହାର ଉଦାହରଣ ହେଉଛି ୨୦୧୭ ପଂଚାୟତ ନିର୍ବଚନ। ୬ଟି ଯାକ ଜିଲ୍ଲା ପରିଷଦ ଆସନ ହାତରୁ ଗଲା। ପତିଆରା କମିବା ସହିତ ଶେଷରେ ଦଳ ପାଇଁ ଅଲୋଡା ହେଲେ ଗୋଲକ। ଚଳିତ ନିବାର୍ଚନରେ ତାଙ୍କର କୌଣସି ଭୂମିକା ଲକ୍ଷ୍ୟ କରାଯାଇନାହିଁ। ଦୁଇଦୁଇ ଥର ମନ୍ତ୍ରୀ ଏବେ ଦଳ ପାଇଁ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇ ଯାଇଛନ୍ତି। ୧୯୯୫ ମସିହାରୁ ବିଜେପି ଟିକେଟ୍ରୁ ଲଢ଼ି ଅସୁଥିବା ଗୋଲକ ବାବୁ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଖୁଣ୍ଟା ଅସନରୁ ଜିତି ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ। ତେବେ ମେଣ୍ଟ ଭାଙ୍ଗିବା ପରେ ଖୁଣ୍ଟା ଅସନ ଉଚ୍ଛେଦ ହେବସହ ବାରିପଦା ଆସନରୁ ଲଢି ପରାଜିତ ହୋଇଥିଲେ।

ତେବେ ୨୦୧୪ରେ ଉଦଳା ଆସନକୁ ବିଜେପିର ପ୍ରତ୍ୟାଶୀ ଭାବେ ଆସି ସଙ୍ଗଠନ ଆରମ୍ଭ କରିଥିଲେ। ଶେଷ ମୁହୂର୍ତରେ ଦଳବଦଳ କରି ବିଜେଡିର ବିଧାୟକ ପ୍ରାର୍ଥୀ ବନିଥିଲେ। ମାତ୍ର ଚଳିତ ନିର୍ବାଚନରେ ଦଳ ତାଙ୍କୁ ଗୁରୁତ୍ବ ଦେଉ ନଥିବାରୁ ଗୋଲକଙ୍କ ସମର୍ଥକ ଏବେ ଘର ବାହୁଡିବାକୁ ମନ ବଳାଇଥିବା ଚର୍ଚ୍ଚା ହେଉଛି। ଉଦଳା ଓ ଗୋପବନ୍ଧୁ ନଗର ବ୍ଲକର ଗୋଲକ ସମର୍ଥକ ଏବେ ନିଜ ନେତାଙ୍କ ଅସୁସ୍ଥତା ଆଳରେ ପୁଣି ଭାଜପାକୁ ଫେରିବା ଏବଂ ଦୁଇ ଦୁଇ ଥର ଉଦଳା ଆସନରୁ ବିଧାୟକ ହୋଇଥିବା ଭାସ୍କର ମଢେଇଙ୍କୁ ସମର୍ଥନ ଦେବା ଉଦଳା ରାଜନୀତିକୁ ଭିନ୍ନ ମୋଡ଼ ଦେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe