କନକ ବ୍ୟୁରୋ: ଆଜି ଅନ୍ତିମ ଲଢ଼େଇ । ୬ ସଂସଦୀୟ କ୍ଷେତ୍ର ସହ ୪୧ଟି ବିଧାନସଭାରେ ସିପାହୀ ବାଛୁଛନ୍ତି ଜନତା ଜନାର୍ଦ୍ଦନ । ତେବେ ଚତୁର୍ଥ ପର୍ଯ୍ୟାର ହେଉଥିବା ୬ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଉଦଳା ବିଧାନସଭା ଆସନ ଉପରେ ରହିଛି ଆଖି । ତେବେ ଚଳିତ ମହାଲଢ଼େଇରେ କିଏ ମାରିବ ବାଜି? ଆଉ କାହାର ଭାଗ୍ୟ ଉଦୟ କରିବେ ଉଦଳାବାସୀ ତାକୁ ନେଇ ଚାଲିଛି ଛକାପଞ୍ଝା । ହେଲେ କ’ଣ ରହିଛି ଉଦଳା ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୀତି ଇତିହାସ ପୃଷ୍ଠଭୂମି ନଜର ପକାନ୍ତୁ ।
୨୦୧୯ର ଲଢେଇ
ବିଜେଡ଼ି – ଶ୍ରୀନାଥ ସୋରେନ
କଂଗ୍ରେସ – ବେଣୁଧର ମହାପାତ୍ର
ବିଜେପି – ଭାସ୍କର ମଢ଼େଇ
୨୦୧୯-ବିଜେଡି: ଶ୍ରୀନାଥ ସୋରେନ
- ୨୦୦୯ରେ ବିଧାୟକ
- ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ
- ପୂର୍ବତନ ସମିତି ସଭ୍ୟ
୨୦୧୯-କଂଗ୍ରେସ: ବେଣୁଧର ମହାପାତ୍ର
- ଚାକିରିରୁ ରାଜନୀତି
- ୨୦୦୯ରେ ପରାଜିତ ( ସ୍ୱାଧୀନ ପ୍ରାର୍ଥୀ )
- ୨୦୦୯ରେ କଂଗ୍ରେସରେ ସାମିଲ
- ୨୦୧୪ରେ ଟିକେଟ୍ ମିଳିନଥିଲା
୨୦୧୯-ବିଜେପି: ଭାସ୍କର ମଢ଼େଇ
- ୨ଥର ବିଜେପି ବିଧାୟକ ( ୨୦୦୦ ଏବଂ ୨୦୦୪ )
- ୨୦୧୦ରେ କଂଗ୍ରେସରେ ସାମିଲ
- ୨୦୧୪ରେ ପରାଜିତ ( ବିଜେପି ପ୍ରାର୍ଥୀ )
ନିର୍ବାଚନ ମଣ୍ଡଳୀ ତଥ୍ୟ
- ଅନୁସୂଚିତ ଜନଜାତି ବର୍ଗ ( ଏସ୍ଟି )ଙ୍କ ପାଇଁ ଆସନ ସଂରକ୍ଷିତ
- ଉଦଳା ବ୍ଲକ, ଗୋପବନ୍ଧୁ ନଗର ବ୍ଲକ ଏବଂ କପଟିପଡ଼ା ବ୍ଲକ୍ର ୧୯ଟି ପଂଚାୟତକୁ ନେଇ ଗଠିତ
- ୧୯୫୭ରେ ନିର୍ବାଚନମଣ୍ଡଳୀ ଗଠିତ
- ମୟୁରଭଞ୍ଜ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- କଂଗ୍ରେସରୁ ରାବଣେଶ୍ୱର ମଢେଇ ୪ଥର ବିଧାୟକ
- ମନମୋହନ ଟୁଡୁ ୪ଥର ବିଧାୟକ ( ୧୯୫୭ରୁ ୧୯୭୧ )
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୧ ହଜାର ୪୧୯
- ମତ ଦେଇଥିଲେ – ୧ ଲକ୍ଷ ୩୭ ହଜାର ୯୬୯
- ଭୋଟଦାନ ହାର – ୮୦.୪୯%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଗୋଲକବିହାରୀ ନାଏକ ବିଜେଡି ୪୯,୬୨୮ ୩୫.୯୭% ବିଜୟୀ
ଦୁଃଖୀଶ୍ୟାମ ମୁର୍ମୁ କଂଗ୍ରେସ ୨୩,୩୪୫ ୧୬.୯୨% ପରାସ୍ତ
ଭାସ୍କର ମଢେଇ ବିଜେପି ୪୧,୦୯୯ ୨୯.୭୯% ପରାସ୍ତ
ଥୁମ୍ପୁ ମୁର୍ମୁ ଜେଏମଏମ୍ ୧୫୪୧୭ ୧୧.୧୭% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ଗୋଲକବିହାରୀ ନାଏକ ନିର୍ବାଚନ ଜିତିଥିଲେ
- ୪୯ ହଜାର ୬୨୮ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ଭାସ୍କର ମଢେଇଙ୍କୁ ପରାସ୍ତ କରିଥିଲେ
- ୮ ହଜାର ୫୨୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ