କହ୍ନେୟାଲାଲଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା । ପରିବାରର ଦୁଇଜଣଙ୍କୁ ଚାକିରୀ ସହ ମିଳିବ ୩୧ ଲକ୍ଷ ଟଙ୍କା । ଆଜି ହେବ ପୋଷ୍ଟମର୍ଟମ୍

1,692

କନକ ବ୍ୟୁରୋ: ରାଜସ୍ଥାନ ଲେକସିଟି କୁହାଯାଉଥିବା ଉଦୟପୁରରେ ବିଭତ୍ସ ହତ୍ୟାର ଶିକାର ହୋଇଥିବା ଟେଲର କହ୍ନେୟାଲାଲଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । କହ୍ନେୟାଲାଲଙ୍କ ପରିବାରରୁ ଦୁଇ ଜଣଙ୍କୁ ଚାକିରୀ ଦେବା ସହ ୩୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାର ଘୋଷଣା କରିଛନ୍ତି ।

ଏହି ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଦଙ୍ଗା ଏବେ ଶାନ୍ତ ରହିଛି । ଆଜି କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ କରାଯିବ । ଏହାକୁ ଦୃଷ୍ଟିରେ ରଖି ପୁରା ଇଲାକାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଇଣ୍ଟରନେଟ୍ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟେକ ଗିତିବିଧି ଉପରେ କଡା ନଜର ରଖିଛନ୍ତି ।

କହ୍ନେୟାଲାଲଙ୍କ ମୃତଦେହ ପୋଷ୍ଟମର୍ଟମ ହେବାକୁ ଥିବାବେଳେ ହତ୍ୟା ଘଟଣାର ଯାଞ୍ଚ କରିବାକୁ ଗଠିତ ଏସଆଇଟି ଟିମ୍ ମଧ୍ୟ ଉଦୟପୁରରେ ପହଞ୍ଚିଛି । ହତ୍ୟା କାଣ୍ଡରେ ସମ୍ପୃକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ । ଯାଞ୍ଚ ପରେ ଏସଆଇଟି ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ।