କନକ ବ୍ୟୁରୋ : ରାଜସ୍ଥାନ ଉଦୟପୁର ହତ୍ୟା ମାମଲାରେ ଜଣେ ଟେଲରଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ଏହା ଉପରେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ବିବାଦୀୟ ବୟାନ ରଖିଛନ୍ତି । ସେ କହିଛନ୍ତି ମାଦ୍ରାସାରେ ପାଠପଢାଯାଉଛି ଯେ, ଗଳାକାଟି ସମସ୍ତଙ୍କୁ ସଜା ଦିଆଯିବ । ମୁସଲିମ ଆଇନ କୁରୋନରୁ ଆସିନଥାଏ । ଏହାକୁ ଜଣେ ବ୍ୟକ୍ତି ଲେଖିଥାଏ । ଏଥିରେ ମୁଣ୍ଡ କାଟିବାର ଆଇନ ରହିଛି ଏବଂ ଏହି ଆଇନ ପିଲାମାନଙ୍କୁ ମାଦ୍ରାସାରେ ପଢାଯାଉଛି ।
ସେପଟେ ବିଜେପି ରାଜସ୍ଥାନରେ ଏହି ହତ୍ୟା ଘଟଣାକୁ ଆତଙ୍କବାଦୀ ଆକ୍ରମଣ କହିଛି । ବିଜେପି ପକ୍ଷରୁ କୁହାଯାଇଛି ଏହା କୌଣସି ସାମାନ୍ୟ ହତ୍ୟାକାଣ୍ଡ ନୁହେଁ । ଏହା ଆତଙ୍କବାଦୀ ଆକ୍ରମଣ । ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋର ଅଭିଯୋଗ କରିଛନ୍ତି, ରାଜସ୍ଥାନରେ ମୌଳବାଦୀଙ୍କ ଆଡ୍ଡାସ୍ଥଳୀ ବନିଯାଇଛି । ଦେଶ ବାହାରର ଆତଙ୍କବାଦୀ ସଂଗଠନକୁ ଆଗକୁ ବଢିବାରେ ରାଜ୍ୟର ଭୂମିକୁ ବ୍ୟବହାର କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/kerla.jpg)