ଆସିଲା କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଅତି ନିର୍ମମ ଭାବେ କରାଯାଇଛି ହତ୍ୟା।

255

କନକ ବ୍ୟୁରୋ:ରାଜସ୍ଥାନ ଉଦୟପୁରରେ ହତ୍ୟା କରାଯାଇଥିବା ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ହୋଇଛି ବଡ ଖୁଲାସା । ରିପୋର୍ଟ ମୁତାବକ, କହ୍ନେୟାଲାଲଙ୍କ ବେକରେ ୧୦ଟି ଗଭୀର କ୍ଷତ ଥିବା ସହ ସାରା ଶରୀରରେ ୨୬ଟି ଗଭୀର କ୍ଷତ ରହିଛି । ତାଙ୍କ ଶରୀରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି ।

ଏନ୍ଆଇଏ ଓ ଏସ୍ଆଇଟି ଘଟଣାର ତଦନ୍ତ ଆରମ୍ଭ କରଛନ୍ତି । ସେପଟେ ଅଭିଯୁକ୍ତ ରିଆଜ୍ ଓ ମହମ୍ମଦ ଗୋସଙ୍କୁ ୪ ଦିନ ମଧ୍ୟରେ ଫାଶୀ ଦେବାକୁ ଦାବି ଉଠିଲାଣି । ରାଜସ୍ଥାନର ଜଣେ ମନ୍ତ୍ରୀ ୪ ଦିନ ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି । ବିଭିନ୍ନ ରାଜନେତା ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣା ପାଇଁ ଦାବି କରିବା ସହ ତାଙ୍କର ଇସ୍ତଫା ଦାବି କରିଥିବା ଜଣାପଡିଛି ।

ରାଜସ୍ଥାନ ଉଦୟପୁରର ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ହତ୍ୟାକାରୀ ଗ୍ରାହକ ବେଶରେ ଆସି ଟେଲର କହ୍ନେୟାଲାଲଙ୍କୁ ହତ୍ୟା କରିଥିଲେ । ରାଜସ୍ଥାନ ଉଦୟପୁର, ଭୁତମହଲ ଅଂଚଳରେ ସୁପ୍ରିମ ଟେଲର ନାମକ ଦୋକାନ ରହିଥିଲା ତାଙ୍କର । ମଙ୍ଗଳବାର ଅପରାହ୍ଣରେ ୨ ହତ୍ୟାକାରୀ ରିଆଜ୍ ଓ ମହମ୍ମଦ ଗୋସ୍, ଗ୍ରାହକ ଭାବେ କହ୍ନେୟାଙ୍କ ସିଲେଇ ଦୋକାନକୁ ଆସିଥିଲେ । ଆଉ କହ୍ନେୟାଲାଲ କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ଧାରୁଆ କାତିରେ ତାଙ୍କୁ ଆକ୍ରମଣ କରିଥିଲେ । ପ୍ରାଣ ବଞ୍ଚାଇବାକୁ କହ୍ନେୟାଲାଲ ଚିକ୍ରାର କରିଥିଲେ ବି ଶେଷ ନିଃଶ୍ୱାସ ଯାଏଁ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ହତ୍ୟାର ଭିଡିଓ ଜାରି କରିବା ସହ ପୈଗମ୍ବରଙ୍କୁ ଅପମାନ କରାଯାଇଥିବା ଘଟଣାର ପ୍ରତିଶୋଧ ନେଇଥିବା ଏହି ଭିଡିଓରେ କହିଥିଲେ ଦୁଇ ଅଭିଯୁକ୍ତ ।