ପାର୍ବଣର ପବିତ୍ର ଋତୁରେ କାଶତଣ୍ଡୀ ଫୁଲର ଚମକ ବଢିଲାଣି । ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ମା’ ନବଦୁର୍ଗାଙ୍କ ଆଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ମୂର୍ତ୍ତୀକାର ମାଟି ଚକଟି ପ୍ରଲେପ ଦେବାରେ ମଗ୍ନ ହେଲାଣି । କେଇ ଦିନର ଅପେକ୍ଷା ପରେ ଧରାପୃଷ୍ଠକୁ ଆଗମନ କରିବେ ଜଗତର ଜନନୀ । ଚାରିଆଡେ ଦଶହରା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିଲା ବେଳେ ପଶ୍ଚିମବଙ୍ଗରେ ଏହି ପର୍ବର କଥା ହିଁ କିଛି ନିଆରା । ବଙ୍ଗାଳୀ କାରିଗରଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇଉଠେ ମୂର୍ତ୍ତୀ । ସାଧାରଣ ମୁର୍ତ୍ତୀ ପାଲଟିଯାଆନ୍ତି ଦେବୀ । ତେବେ କେବଳ କଲିକତା ନୁହଁ ଦେଶର ଅନେକ ରାଜ୍ୟକୁ ଏହି ମୂର୍ତ୍ତୀକାର ଯାଆନ୍ତି ନିଜ ଜାଦୁଗରୀ ହାତର ଚମତ୍କାରିତା ଦେଖାନ୍ତି । ଉଦୟପୁରରେ ମଧ୍ୟ ଗତ ୩ ଦଶନ୍ଧୀ ଧରି ବଙ୍ଗାଳୀ ମୂର୍ତ୍ତୀକାର ଇକୋ ଫ୍ରେଣ୍ଡଲୀ ପ୍ରତିମାର ନିର୍ମାଣ କରୁଛନ୍ତି ।
ମୂର୍ତ୍ତୀ ନିର୍ମାଣ ପୂର୍ବରୁ ଘାସରେ ପ୍ରତିମା ପ୍ରସ୍ତୁତ କରାଯାଏ ଏବଂ ଏହାରି ଉପରେ ମାଟିର ପ୍ରଲେପ ଦିଆଯାଇ ସୁନ୍ଦର ପ୍ରତିମା ସବୁ ପ୍ରସ୍ତୁତ କରାଯାଏ । ବଙ୍ଗାଳୀ ସମାଜ କିଛି ଦଶନ୍ଧୀ ଦରି ଉଦୟପୁରରେ ନବଦୂର୍ଗା ମହୋତ୍ସବ ପାଇଁ ମା’ ଦୂର୍ଗା ପ୍ରତିମା ପ୍ରସ୍ତୁତ କରିଥାନ୍ତିି । ଉଦୟପୁରର ହ୍ରଦ ଏବଂ ପରିବେଶକୁ ଦୃଷ୍ଟିରେ ରଖି ଏହି ସମାଜ ଗତ ୩ ବର୍ଷ ହେଲାଣି ମା’ ଦୂର୍ଗାଙ୍କ ଇକୋ ଫ୍ରେଣ୍ଡଲୀ ମୂର୍ତ୍ତୀ ହିଁ ପୁଜା କରି ଆସୁଛନ୍ତି । କିନ୍ତୁ ସ୍ଥାନୀୟ ମାଟି ଶୁଖିବା ପରେ ଧିରେ ଧିରେ ଫାଟିବାକୁ ଲାଗିଥାଏ ତେଣୁ ପ୍ରତିମାରେ ଫାଟ ହେଲା ଭଳି ଦେଖାଯାଏ । ତେଣୁ ମୂର୍ତ୍ତୀକୁ ଆଖିଦୃଶିଆ କରିବା ପାଇଁ ଶିଳ୍ପୀକାର ଗଙ୍ଗାନଦୀରୁ ପବିତ୍ର ମାଟିକୁ ନେଇ ମୂର୍ତ୍ତୀ ଗଢନ୍ତି । କଲିକତାରୁ ଆସିଥିବା ଗଙ୍ଗାମାଟି ଚିକ୍କଣ ହେବା ସହ ଏଥିରେ ଚମକ ମଧ୍ୟ ଥାଏ ଯାହା ମୂର୍ତ୍ତୀକାରର ହାତ ବାଜି ଆହୁରି ସୁନ୍ଦର ହୋଇଥାଏ । କଲିକତା ବନ ବିଭାଗରୁ ଆସେ ଇକୋ ଫ୍ରେଣ୍ଡଲି ରଙ୍ଗ । ଯାହାର ବ୍ୟବହାର ମୂର୍ତ୍ତୀରେ ହୋଇଥାଏ । ୩ ଫୁଟରୁ ଆରମ୍ଭ କରି ୧୫ ଫୁଟ୍ ପର୍ଯ୍ୟନ୍ତ ଦେବୀ ପ୍ରତିମାଙ୍କ ନିଖୁଣ ମୂର୍ତ୍ତୀ ପ୍ରସ୍ତୁତ କରନ୍ତି କାରିଗର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/GANGA.jpg)
/kanak/media/post_attachments/wp-content/uploads/2019/09/25_09_2019-durgaidiol_19611406_95538560-300x237.jpg)