କନକ ବ୍ୟୁରୋ : ମାଟିରେ ମିଶିଲା ଅସାମାଜିକଙ୍କ କାର୍ଯ୍ୟସ୍ଥଳୀ । ପ୍ରଚାର ପରେ ଅସମାଜିକ କାର୍ଯ୍ୟସ୍ଥଳୀ ଆଡ୍ଡା ଉପର ବୁଲଡ଼ୋଜର ଚଲାଇଲା ପ୍ରଶାସନ । ଜଳେଶ୍ୱର ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମିରେ ଖୁଲମଖୁଲ୍ଲା ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବେଳାଭୂମିରୁ ବେଆଇନ ଘର ଉଚ୍ଛେଦ ପାଇଁ ମାଇକ ଲଗାଇ ଭୋଗରାଇ ତହସିଲ ପକ୍ଷରୁ ପ୍ରଚାର କରାଯାଇଛି । ପ୍ରଚାର ପରେ ପ୍ରଶାସନ ଅସମାଜିକଙ୍କ ଆଡ୍ଡାସ୍ଥଳୀରେ ଡ଼ୋଜର ବୁଲାଇଛି । ଘଟଣାରେ ବେଳାଭୂମିରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି ।

Advertisment