୩ ଦିନ ହେଲା ରହସ୍ୟମୟ ଭାବେ ନିଖୋଜ ଅଛନ୍ତି ବାଲିଆପାଳ ବ୍ୟାଙ୍କ ମ୍ୟାନେଜର ! ପୁଅ ସର୍ମ୍ପକରେ ସୂଚନା ଦେବାକୁ ବାପା-ମା କଲେ ଅନୁରୋଧ

Advertisment
୩ ଦିନ ହେଲା ରହସ୍ୟମୟ ଭାବେ ନିଖୋଜ ଅଛନ୍ତି ବାଲିଆପାଳ ବ୍ୟାଙ୍କ ମ୍ୟାନେଜର ! ପୁଅ ସର୍ମ୍ପକରେ ସୂଚନା ଦେବାକୁ ବାପା-ମା କଲେ ଅନୁରୋଧ

ଗତ ୩ ଦିନ ହେଲା ନିଖୋଜ ଅଛନ୍ତି ବ୍ୟାଙ୍କ ପରିଚାରକ । ବାଲେଶ୍ୱରର ବାଲିଆପାଳ ଶାଖା ୟୁକୋ ବ୍ୟାଙ୍କର ମ୍ୟାନେଜର ୩ ଦିନ ହେଲା ନିଖୋଜ ଥିବା ନେଇ ଗୁରୁବାର ଥାନାରେ ମାମଲା ରୁଜୁ ହୋଇଛି। ତାଙ୍କର ନାମ ସାବିକ ବିମଲ ଲୋହାର ଓ ବୟସ ୩୧ ବର୍ଷ ବୋଲି ଜଣାପଡ଼ିଛି। ୧୫ ମେ ଠାରୁ ସାବିକ ଅତ୍ୟନ୍ତ ରହସ୍ୟଜନକ ଭାବେ ସେ ନିଖୋଜ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

publive-imageସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଭଡ଼ା ଘର ନେଇ ସାବିକ ବିମଲ ଲୋହାର ରହୁଥିଲେ। ବାଲିଆପାଳ ୟୁକୋ ବ୍ୟାଙ୍କରେ ସେ ମ୍ୟାନେଜର ଭାବେ କାମ କାମ କରୁଥିଲେ। ତେବେ ଗତ ୩ଦିନ ହେବ ସେ କେଉଁ ଆଡେ ନିଖୋଜ ହୋଇଛନ୍ତି ବୋଲି ତାଙ୍କ ମାଆ ବିଲ୍ଲା ଲୋହାର ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି।
ତେବେ ନିଖୋଜ ସାବିକ ଗତ ୩ ମାସ ହେବ ୟୁକୋ ବ୍ୟାଙ୍କ ବାଲିଆପାଳ ଶାଖାରେ ନୂତନ ଭାବେ କାର୍ୟ୍ୟରେ ଯୋଗ ଦେଇଥିଲେ। ତାଙ୍କ ପିତାଙ୍କ ନାମ ବାବୁଧର ଲୋହାର ଓ ଘର ପଶ୍ଚିମବଙ୍ଗ ଖଡ଼ଗପୁର ଛାଲୁଆ ଗ୍ରାମରେ ବୋଲି ଜଣାପଡ଼ିଛି। ସାବିକ ଅବିବାହିତ ଥିଲେ। ଏପରିକି ସେ ଯେଉଁ ବାଇକରେ ଯାତାୟତ କରନ୍ତି ତାହାର ମଧ୍ୟ ପତ୍ତା ମିଳୁନାହିଁ । ପୁଲିସ ସାବିକଙ୍କ ନିଖୋଜ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଛି ।

ସାବିକଙ୍କ ବିଷୟରେ ଯଦି କୌଣସି ସହୃଦୟ ବ୍ୟକ୍ତି ଜାଣିଥାନ୍ତି ବା ତାଙ୍କୁ କେଉଁଠି ଦେଖାଥାନ୍ତି ତେବେ ତୁରନ୍ତ ଜଣାଇବା ପାଇଁ ପରିବାରବର୍ଗ ଅନୁରୋଧ କରିଛନ୍ତି । ସାବିକଙ୍କ ବିଷୟରେ କିଛି ତଥ୍ୟ ଦେବା ପାଇଁ ୯୯୩୨୩୨୫୮୭୦ ଓ ୯୯୩୨୪୦୦୭୦୩ ନମ୍ବରରେ ତାଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe