କନକ ବ୍ୟୁରୋ : ଆତ୍ମନିର୍ଭର ଭାରତ ଆଡକୁ ଗୋଟିଏ ପାଦ ଆଗେଇଲା ଭାରତ । ଲଞ୍ଚ ହେଲା ଦେଶର ପ୍ରଥମ ଦେଶୀ ବ୍ରାଉଜର ଆଇସି ବ୍ରାଉଜର । ଏହାକୁ ଲଞ୍ଚ କରିଛନ୍ତି ଟାଟା କମ୍ପାନୀର ଜଣ ପୂର୍ବତନ କର୍ମଚାରୀ । ତେବେ ସବୁଠାର ଆଶ୍ଚ ର୍ଯ୍ୟଜନକ କଥା ହେଲା ଏହି ଆପ୍ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିଥିଲେ । ଏହି ଆପ ଚାଇନାର ୟୁସି ବ୍ରାଉଜରର ବିକଳ୍ପ ଭାବେ ଉଭା ହୋଇଛି ।
ଭାରତରୁ ଚାଇନା ଆପରୁ ଡାଟା ଚୋରିକୁ ରୋକିବାକୁ ଆଇସି ବ୍ରାଉଜର ଆପ ତିଆରି ହୋଇଛି । ଏହାର ସର୍ଭର ଭାରତରେ ଥିବାରୁ ଏଥିରୁ ଡାଟା ଚୋରି ହେବାର ସମ୍ଭାବନା ନାହିଁ । ଏହାସହ ଏହାର ଏକ ଭଲ ଫିଚର ହେଉଛି ଏଥିରେ କିଛି ବି ତଥ୍ୟ ସେଭ ହୋଇ ରୁହେ ନାହିଁ ବୋଲି କୁହାଯାଉଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ କଥା ହେଉଛି ଏହାକୁ ବ୍ୟବହାର କରିବା ପରେ ଖୋଜା ଯାଇଥିବା ତଥ୍ୟ ଆପେ ଆପେ ହଷ୍ଟ୍ରିରୁ ଡିଲେଟ ହୋଇଯାଏ । ଏଥିରେ ଏକ ସର୍ଟ ଭିଡିଓ ଆପ ମଧ୍ୟ ଅଛି ଯାହା ଚାଇନା ଭିଡିଓ ଟିକଟକ ଠାରୁ ଅଧିକ ଲୋକପ୍ରିୟ ହେବ ବୋଲି କୁହାଯାଉଛି । ଏହାସହ ସର୍ଟ ନ୍ୟୁଜ ଫିଚର ମଧ୍ୟ ଅଛି । ଏଥିରେ ଟ୍ରେଣ୍ଡ ନ୍ୟୁଜ ବିଷୟରେ ମଧ୍ୟ ଖୁବ ଶିଘ୍ର ସୂଚନା ମିଳିଥାଏ ।
ତେବେ ଭାରତରେ ୟୁସି ବ୍ରାଉଜର ବ୍ୟାନ ହେବା ପରେ ଏବେ ଏହି ଆପର ଚାହିଦା ବଢିଛି । ଏହାସହ ଏହା ଏକ ଦେଶୀ ଆପ ହୋଇଥିବାରୁ ଏହା ଲୋକଙ୍କ ପ୍ରଥମ ପସନ୍ଦ ରହିବ ବୋଲି କୁହାଯାଉଛି । ଆଜି ଏହା ଲଞ୍ଚ ହେବା ପରେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିଥିଲେ ।