କନକ ବ୍ୟୁରୋ : ଲଗାଣ ବର୍ଷା ପରେ ଉବୁଟୁବୁ ହାଇଦ୍ରାବାଦ । ଗତ ଦୁଇ ଦିନର ଲଗାଣ ବର୍ଷା ପରେ ସହରର ପ୍ରମୁଖ ରାସ୍ତା ଉପରେ ପାଣିର ସୁଅ ଛୁଟିଛି । ବର୍ଷା ଯୋଗୁଁ ତଳିଆ ଅଂଚଳରେ ଥିବା ବିଭିନ୍ନ ଘରେ ଓ ହସ୍ପିଟାଲରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଚାଷ ଜମିଗୁଡିକରେ ମଧ୍ୟ ଫସଲ ନଷ୍ଟ ହୋଇଛି । ଏହାସହ ଲଗାଣ ବର୍ଷା ଫଳରେ ଏଯାଏଁ ୧୧ ଜଣଙ୍କ ଜୀବନ ଗଲାଣି ।
ତେବେ କାନ୍ଥ ଭୁଷୁଡି ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତ ୨୪ ଘଂଟାରେ ହାଇଦ୍ରାବାଦରେ ୨୦ ସେଂଟିମିଟର ବର୍ଷା ରେକର୍ଡ କରାଯାଇଛି । ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/19-17.jpg)