ଏବେ ଆପଣଙ୍କ ଘରେ ଖାଦ୍ୟ ପହଂଚାଇବ ଉବେର୍ ! ଆରମ୍ଭ ହେଲା ନୂଆ ସେବା

37

ଏବେ ଆପଣଙ୍କ ଘରେ ଖାଦ୍ୟ ପଂଚାଇବ ଉବେର୍ କ୍ୟାବ୍ କମ୍ପାନୀ । ବଡ ବଡ ବ୍ରାଣ୍ଡ୍ ସହ ସ୍ଥାନୀୟ ରେଷ୍ଟୁରାଂଟରୁ ମଧ୍ୟ ମିଳିପାରିବ ମନ ପସନ୍ଦର ଖାଦ୍ୟ । ଏନେଇ କମ୍ପାନୀ ପକ୍ଷରୁ ଫୁଡ୍ ଡେଲିଭରୀ ସେବା ‘ଉବେରଇଟ୍ସ’ ଆପ୍ ଲଂଚ୍ କରାଯାଇଛି । ତେବେ ଏହି ସେବା ପ୍ରାଥମିକ ପର୍ଯ୍ୟାୟରେ କେବଳ ମୟାନଗରୀ ମୁମ୍ବାଇରୁ ଆରମ୍ଭ ହେବ ।

‘ଉବେରଇଟ୍ସ’ର ଇଣ୍ଡିଆ ମୁଖ୍ୟ ଭାବିକ୍ ରାଥୋଡ୍ କହିଛନ୍ତି ଏହି ଆପ୍ ଅତ୍ୟାଧୂନିକ ଟେକ୍ନୋଲୋଜିରେ ତିଆରି ହୋଇଛି । ଯାହା ଦ୍ୱାରା ଗ୍ରାହକଙ୍କୁ ଅଲଗା ଅଲଗା ପ୍ରକାର ଖାଦ୍ୟ ବାଛିବାକୁ ବିକଳ୍ପ ଏବଂ ସୁବିଧା ମିଳିବ ।

ନିକଟରେ ଗୁଗୁଲ୍ ମଧ୍ୟ ଏପରି ସେବା ଆରମ୍ଭ କରିଛି । ତେବେ ଗୁଗୁଲର ଏହି ‘ଏରିଓ’ ଆପ୍ ଜରିଆରେ କେବଳ ବେଙ୍ଗାଲୁରୁ ବାସୀ ଘରେ ବସି ନିଜ ମନ ପସନ୍ଦର ଖାଦ୍ୟ ମଗାଇପାରିବେ । ଏହା ପୂର୍ବରୁ ‘ଓଲା’ ମଧ୍ୟ ଏପରି ସେବା ଆରମ୍ଭ କରିଥିଲା ଯାହାକି ପରେ ବନ୍ଦ ହୋଇଯାଇଥିଲା । ଓଲାର ଏହି ସେବା କେବଳ ଦିଲ୍ଲୀ, ମୁମ୍ବାଇ , ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ପାଇଁ ଥିଲା ।