ଏବେ ସ୍ୱିଗି , ଜମାଟୋକୁ ଟକ୍କର ଦେବ ଆମାଜନ୍ ! ଖୁବଶୀଘ୍ର ଭାରତରେ ଲଞ୍ଚ୍ ହେବାକୁ ଯାଉଛି ଆମାଜନ୍ ଫୁଡ୍ ସେବା , ମାତ୍ର କିଛି ମିନିଟରେ ଘରେ ପହଁଚିବ ଖାଦ୍ୟ ।

207

ଇ-କମର୍ସ କମ୍ପାନୀ ଆମାଜନ୍ ଖୁବଶୀଘ୍ର ଭାରତରେ ନିଜର ଫୁଡ୍ ଡେଲିଭରୀ ସେବା ଯୋଗାଇଦେବାକୁ ଯାଉଛି । ଫୁଡ୍ ଡେଲିଭରୀ ଆପ୍ ମଧ୍ୟରେ ସ୍ୱିଗି,ଜମାଟୋ,ଫୁଡ୍ ପାଣ୍ଡା ଏବଂ ଉବର୍ ଇଟସ୍ ରେ ଏବେ ଆଉ ଏକ ନାଁ ସାମିଲ୍ ହେବାକୁ ଯାଉଛି । ଆମାଜନ୍ ଏବେ ଏହି ଖାଦ୍ୟସେବା ଯୋଗାଇଦେବା ପାଇଁ ଯୋଜନା ଆରମ୍ଭ କରୁଛି । ରିପୋର୍ଟ ମୁତାବକ , ଚଳିତ ବର୍ଷ ଅକ୍ଟୋବର ଏବଂ ନଭେମ୍ବର ଦୀପାବଳୀ ବେଳକୁ ଆମାଜନ୍ ନିଜର ଫୁଡ୍ ଡେଲିଭରୀ ସେବା ଲଞ୍ଚ୍ କରିପାରେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଭାରତରେ ଫୁଡ୍ ଡେଲିଭରୀ ସେବା ଲଞ୍ଚ୍ କରିବା ପାଇଁ କମ୍ପାନୀ ନାରାୟଣ ମୂର୍ତ୍ତୀଙ୍କ କେଟାମାରନ୍ କମ୍ପାନୀ ସହ ମିଶି ଏହି ଯୋଜନା କରିବାକୁ ଯାଉଛି ।

କେଟାମାରନ୍ ଏଥିପାଇଁ ନୂଆ କର୍ମଚାରୀଙ୍କୁ ମଧ୍ୟ ଚାକିରୀ ଦେବା କାମ ଆରମ୍ଭ କରିଦେଇଛନ୍ତି । ତେବେ ଆମାଜନ୍ କେଉଁ କମ୍ପାନୀ ସହ ମିଶି କାମ ଆରମ୍ଭ କରିବ ଏନେଇ କୌଣସି ପ୍ରମାଣ ମିଳିନାହିଁ । ଅନ୍ୟପକ୍ଷରେ ଆଉ ଏକ ମିଡିଆ ଅନୁସାରେ ଆମାଜନ୍ ଭାରତର ଫୁଡ୍ ଡେଲିଭରୀ କମ୍ପାନି ଉବର୍ ଇଟସ୍ କୁ କିଣିବା ପାଇଁ ଯୋଜନା କରିବାକୁ ଯାଉଛି । ଆମାଜନ୍ ଏନେଇ ଉବର୍ ଇଟସ୍ ସହ କଥାବାର୍ତ୍ତା ମଧ୍ୟ କରିଛି କିନ୍ତୁ ଦୁଇ କମ୍ପାନୀ ଏହି କଥାକୁ ନେଇ ଅମଙ୍ଗିଛନ୍ତି । ଗତ ୨ ବର୍ଷ ଧରି ଭାରତରେ ଅନଲାଇନ୍ ଫୁଡ୍ ଡେଲିଭରୀ ସେବାର ଚାହିଦା ଖୁବ୍ ବଢିଛି । ଗତବର୍ଷ ଏହି କ୍ଷେତ୍ରରେ ଦୁଇଗୁଣା ଅଧିକ ତୀବ୍ରତା ଦେଖାଦେଇଥିଲା ଯାହା ଆଜି ପର୍ଯ୍ୟନ୍ତ ନିରନ୍ତର ଚାଲୁରହିଛି ।

ଆମାଜନ୍ ଆମେରିକାରେ ମଧ୍ୟ ଫୁଡ୍ ଡେଲିଭରୀ ସେବା ଚାଲୁ ରଖିଥିଲା କିନ୍ତୁ ପ୍ରତିଦିନ ବଢୁଥିବା ପ୍ରତିଯୋଗିତାରେ ଅନ୍ୟ ସବୁ କମ୍ପାନୀଠାରୁ ଆଗେଇ ପାରିନଥିଲା ଆମାଜନ୍ । ତେଣୁ ବାଧ୍ୟ ହୋଇ ଆମେରିକାରେ ଆମାଜନ୍ ଫୁଡ୍ ସର୍ଭିସ୍ କୁ ବନ୍ଦ କରିବାକୁ ପଡିଥିଲା । କିନ୍ତୁ ଭାରତୀୟ ବଜାରରେ ଆମାଜନ୍ ର ନାଁ ରହିଛି ଏବଂ ଅନଲାଇନ୍ ଫୁଡ୍ ଡେଲିଭରି ମାର୍କେଟ୍ ଦିନକୁ ଦିନ ତୀବ୍ରତାର ସହ ଆଗକୁ ବଢୁଛି । ତେଣୁ କମ୍ପାନୀ ଭାରତରେ ଏହି ସେବା ଆରମ୍ଭ କଲେ ଅଧିକ ଲାଭବାନ ହେବ ବୋଲି ବିଶ୍ୱାସ ରଖିଛି ।