ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ! ଜାୟଦ୍ ସମ୍ମାନରେ ସମ୍ମାନିତ ହେଲେ ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ! ଜାୟଦ୍ ସମ୍ମାନରେ ସମ୍ମାନିତ ହେଲେ ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇ ଗୁରୁବାର ପ୍ରତିଷ୍ଠିତ ‘ଜାୟଦ୍ ମେଡଲ୍’ ରେ ସମ୍ମାନିତ କରିଛନ୍ତି । ମୋଦିଙ୍କୁ ଏହି ସମ୍ମାନ ଦୁଇ ଦେଶ ମଧ୍ୟରେ ଦ୍ୱିବିପକ୍ଷୀୟ ରଣନୀତିକ ସଂବନ୍ଧକୁ ଖୁବ୍ ଆଗେଇନେବା ପାଇଁ ଦିଆଯାଇଛି । ୟୁଏଇ ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜାୟଦ୍ ଅଲ୍ ନାହୟାନ୍ ରାଜାଙ୍କୁ,ରାଷ୍ଟପତି ଏବଂ ରାଷ୍ଟ୍ରଧ୍ୟକ୍ଷଙ୍କ ଦିଆଯାଉଥିବା ଏହି ସର୍ବୋଚ୍ଚ ସମ୍ମାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଥିଲେ ।

publive-image

ଆବୁଧାବି ଯୁବରାଜ ମହମ୍ମଦ୍ ବିନ୍ ଜାୟଦ୍ ଙ୍କ କହିବାନୁସାରେ,ମୋର ପ୍ରିୟ ମିତ୍ର ଭାରତର ପ୍ରଧାନମନ୍ତ୍ରୀଙ୍କୁ ଜାୟଦ୍ ସମ୍ମାନ ଦେଇ ଆମେ ବିଭିନ୍ନ କ୍ଷେତ୍ରରେ ୟୁଏଇ ଏବଂ ଭାରତ ମଧ୍ୟରେ ମୈତ୍ରୀ ସଂବନ୍ଧ ବନେଇବା ଏବଂ ସଂଯୁକ୍ତ ରଣନୀତିକ ସହଯୋଗ ଆଡକୁ ଅଗ୍ରସର ହେବା ପାଇଁ ମୋଦିଙ୍କ ଭୁମିକାକୁ ସେ ପ୍ରଶଂସା କରିଛନ୍ତି । ଯୁବରାଜ ଟ୍ୱିଟ୍ କରି କହିଛନ୍ତି , ଭାରତ ସହ ଆମର ଐତିହାସିକ ଏବଂ ବ୍ୟାପକ ରଣନୈତିକ ସଂବନ୍ଧ ରହିଛି । ଯାହାକୁ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ବଢାଇବାରେ ସାହାଯ୍ୟ କରିଛନ୍ତି । ଯାହାକୁ ଦେଖି ତାଙ୍କୁ ଏହି ସମ୍ମାନ ଦିଆଗଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe