ୟୁଏଇର ଉପ-ପ୍ରଧାନମନ୍ତ୍ରୀ ସୈଫ ବିନ୍ ଜାଏଦ ଅଲ ନାହାନ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର(PoK)କୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବର୍ଣ୍ଣନା କରିଛନ୍ତି।

Advertisment

ସେ ଭାରତ-ମଧ୍ୟପୂର୍ବ-ୟୁରୋପ ଇକୋନୋମିକ  କରିଡରର ଏକ ଭିଡିଓରେ ମାନଚିତ୍ର ଦେଖାଇ PoK ଏବଂ ଆକସାଇ ଚିନକୁ  ଭାରତର ଏକ ଅଂଶ ଭାବରେ ଦର୍ଶାଇଛନ୍ତି। ଏହା ପାକିସ୍ତାନ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।

ୟୁଏଇର ଡେପୁଟି ପ୍ରଧାନମନ୍ତ୍ରୀ PoKକୁ ଭାରତର ଏକ ଅଂଶ ଭାବରେ ଦର୍ଶାଇଛନ୍ତି

ଭାରତ-ମଧ୍ୟପୂର୍ବ-ୟୁରୋପ ଇକୋନୋମିକ କରିଡର ଭିଡିଓରେ PoK କୁ ଭାରତର ଏକ ଅଂଶ ଭାବରେ ବର୍ଣ୍ଣନା କରାଯାଇଛି

ୟୁଏଇର ଏହି ଆଭିମୁଖ୍ୟରେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି ।

ସେ ଚଳାଇଥିବା ଅପପ୍ରଚାର ପୁଣି ବିଫଳ ହୋଇଛି

ପାକିସ୍ତାନ ଅଧିକୃତ କାଶ୍ମୀର (PoK )କୁ ନେଇ ପାକିସ୍ତାନ ଚଳାଇଥିବା ଅପପ୍ରଚାର ବିଫଳ ହୋଇଛି। ପାକିସ୍ତାନର ପୂର୍ବତନ ସହଯୋଗୀ  ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ PoK କୁ  ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ୱୀକାର କରିଛି । ୟୁଏଇର ଉପ-ପ୍ରଧାନମନ୍ତ୍ରୀ ସୈଫ ବିନ୍ ଜାଏଦ ଅଲ ନାହାନ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସମଗ୍ର ଜାମ୍ମୁ କାଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଦର୍ଶାଯାଇଛି । ଏଥିରେ PoK ଏବଂ ଆକସାଇ ଚିନ ମଧ୍ୟ ଅନ୍ତର୍ଭୁକ୍ତ । କାଶ୍ମୀର ପ୍ରସଙ୍ଗରେ ଏବେ ଇସଲାମୀୟ ଦେଶଗୁଡିକ ନିଜର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିଛନ୍ତି ଏବଂ ଭାରତକୁ ସମର୍ଥନ ଦେଉଛନ୍ତି ।  ଏହା ପାକିସ୍ତାନ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି।

ୟୁଏଇ କାଶ୍ମୀରରେ କୋଟି କୋଟି ଟଙ୍କା ବିନିଯୋଗ କରୁଛି

ଗତ କିଛିବର୍ଷ ହେଲା ୟୁଏଇ କାଶ୍ମୀରରେ ପୁଞ୍ଜି ବିନିଯୋଗ କରି ଆସୁଛି । ଦୁବାଇ ସ୍ଥିତ ୟୁଏଇର ରିଏଲ୍ ଇଷ୍ଟେଟ୍ ବିକାଶକାରୀ ‘ଏମ୍ମାର୍’ ଶ୍ରୀନଗରରେ ୧ ମିଲିୟନ୍ ବର୍ଗଫୁଟର ଏକ ମେଗା-ମଲରେ ପୁଞ୍ଜି ବିନିଯୋଗ କରିଥିବା ପ୍ରଥମ ବିଦେଶୀ କମ୍ପାନୀ । ୨୦୧୯ ରେ ଜାମ୍ମୁ କାଶ୍ମୀର ପାଇଁ ବିଶେଷ ରାଜ୍ୟ ମାନ୍ୟତା ଛାଡ ଘୋଷଣା ହେବାପରେ ଏମ୍ମାର୍ କମ୍ପାନୀ ଏହି ନିଷ୍ପତ୍ତି ନେଇଥିଲେ।

ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଧ୍ୟ ଏହି ମଲ୍ ର ମୂଳଦୁଆ ପକାଇଛନ୍ତି । ମେଗା-ମଲ୍ ପ୍ରତିଷ୍ଠା ପାଇଁ ‘ଏମ୍ମାର୍’ ଗ୍ରୁପ୍ ୨୫୦ କୋଟିଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି ।  ଏହି ମଲରେ ୫୦୦ ରୁ ଅଧିକ ଷ୍ଟୋର ସହିତ ଏହି ଅଞ୍ଚଳର ସବୁଠୁ ବଡ ମଲ୍ ହେବ ।  ଏହାକୁ ଜାମ୍ମୁ କାଶ୍ମୀରରେ ପ୍ରଥମ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ ଭାବରେ ମଧ୍ୟ ବର୍ଣ୍ଣନା କରାଯାଉଛି ।

ପାକିସ୍ତାନ କାଶ୍ମୀରକୁ ନେଇ ଅପପ୍ରଚାର କରୁଛି

ବିଗତ କେଇ ଦଶନ୍ଧି ଧରି ପାକିସ୍ତାନ, କାଶ୍ମୀର ସମ୍ବନ୍ଧରେ ମୁସଲିମ ଦେଶମାନଙ୍କ ମଧ୍ୟରେ ଭାରତ ବିରୋଧୀ ପ୍ରଚାର ପ୍ରସାର କରିବାକୁ ଚେଷ୍ଟା କରୁଛି । ନିକଟରେ ଭାରତରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ସଦସ୍ୟ ଦେଶମାନଙ୍କୁ ଏକ ଚିଠି ଲେଖି ଭାରତ ବିରୋଧରେ ମିଥ୍ୟା ଅଭିଯୋଗ କରିଥିଲା ।  ପାକିସ୍ତାନ ଅଭିଯୋଗ କରିଛି ଯେ କାଶ୍ମୀରରେ ଭାରତ ମାନବିକ ଅଧିକାରର ଉଲ୍ଲଂଘନ କରୁଛି । ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ଜି -20 ବୈଠକକୁ ନେଇ ପାକିସ୍ତାନ ମଧ୍ୟ ଆପତ୍ତି ଉଠାଇ ଏହାକୁ ବିବାଦୀୟ ଅଞ୍ଚଳ ବୋଲି କହିଥିଲା । ତେବେ ପାକିସ୍ତାନର ଅଭିଯୋଗ କାହାରି ଉପରେ କୌଣସି ପ୍ରକାର ପ୍ରଭାବ ପକାଇ ପାରିନଥିଲା ଏବଂ ସମସ୍ତ ସଦସ୍ୟ ଦେଶ ଏହି ସମ୍ମିଳନୀରେ ଭାଗ ନେଇଥିଲେ ।

PoK ରେ ପାକିସ୍ତାନ ବିରୁଦ୍ଧରେ ବିଦ୍ରୋହ

ପାକିସ୍ତାନର ଅଧିକୃତ କାଶ୍ମୀରର ଲୋକମାନେ ଆକାଶଛୁଆଁ ମୁଦ୍ରାସ୍ଫୀତି, ଖାଦ୍ୟ ଅଭାବ ଏବଂ ଅତ୍ୟଧିକ ଟିକସ ବିରୋଧରେ ରାଜରାସ୍ତାକୁ ଓଲହାଇଛନ୍ତି । ଏହି ସବୁ ସମସ୍ୟା ପାଇଁ ଲୋକମାନେ ପାକିସ୍ତାନକୁ ଦାୟୀ କରୁଛନ୍ତି । ନିକଟରେ PoK ର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ PoK କୁ ପାକିସ୍ତାନରୁ ମୁକ୍ତ କରିବାକୁ ଦାବି କରିଥିଲେ । PoK ର ଲୋକମାନେ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ପ୍ରଦେଶକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଥିବାବେଳେ ସେମାନଙ୍କ ଉପରେ ଜାଣିଶୁଣି ଅତ୍ୟାଚାର କରାଯାଉଛି । ସେଠାକାର ଲୋକମାନେ କହିଛନ୍ତି ଯେ PoK ରେ ହିଁ ସର୍ବାଧିକ ବିଦ୍ୟୁତ୍ ଉତ୍ପାଦନ ହୁଏ ଅଥଚ ଏଠାରେ ଥିବା ଲୋକମାନେ କାହିଁକି ବିଦ୍ୟୁତ୍ ବିଲ୍ ଉପରେ ଅତ୍ୟଧିକ ଭାର ବହନ କରୁଛନ୍ତି ? PoK ପାଇଁ ଥିବା ଶସ୍ୟର କୋଟା ଅନ୍ୟ ରାଜ୍ୟକୁ ମଧ୍ୟ ପଠାଯାଉଛି ।