ସିନିୟର ଟିମକୁ ଚିୟର କରିବାକୁ ପହଞ୍ଚିଲା ଜୁନିୟର ଟିମ: ଗ୍ୟାଲେରିରେ ବସି ମ୍ୟାଚ ଦେଖୁଛନ୍ତି ଅଣ୍ଡର ୧୯ ବିଶ୍ୱକପ ବିଜେତା ଟିମ 

ସିନିୟର ଟିମକୁ ଚିୟର କରିବାକୁ ପହଞ୍ଚିଲା ଜୁନିୟର ଟିମ: ଗ୍ୟାଲେରିରେ ବସି ମ୍ୟାଚ ଦେଖୁଛନ୍ତି ଅଣ୍ଡର ୧୯ ବିଶ୍ୱକପ ବିଜେତା ଟିମ 

କନକ ବ୍ୟୁରୋ: କରୋନା ପାଇଁ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ବିନା ଦର୍ଶକରେ ଖେଳାଯାଉଛି । ହେଲେ ଏହି ମ୍ୟାଚ ବେଳେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏକ ଖାସ ଚିତ୍ର ଦେଖିବାକୁ ମିଳିଛି । ଏହି ମ୍ୟାଚକୁ ଦେଖିବା ପାଇଁ ଅଣ୍ଡର-୧୯ ବିଶ୍ୱକପ ବିଜେତା ଭାରତୀୟ ଦଳ ବି ଉପସ୍ଥିତ ଅଛନ୍ତି । ସମସ୍ତେ ଗ୍ୟାଲେରୀରରେ ବସି ଟିମ ଇଣ୍ଡିଆକୁ ଚିୟର କରୁଛନ୍ତି ।

ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ଏହି ଫଟୋ ବିସିସିଆଇ ନିଜ ଟ୍ୱିଟରରେ ସେୟାର କରିଛି । ଏହି ଫଟୋ ଅପଲୋର୍ଡ କରିବା ସହ କ୍ୟାପସନରେ ଲେଖାଅଛି, ଆମ ୧୯ ବର୍ଷରୁ କମ ବିଶ୍ୱକପ ବିଜେତା ଭାରତୀୟ ଦଳ ଅହମ୍ମଦାବାଦ ଷ୍ଟାଡିୟମରେ ବସିଛନ୍ତି । ବିସିସିଆଇ ନିଜ ପୋଷ୍ଟ ସହ ହାସ ଟ୍ୟାଗରେ ବୟସ ଇନ ବ୍ଲୁ ବୋଲି ଲେଖିଛନ୍ତି ।

ଫେବୃଆରୀ ୫ ତାରିଖରେ ଅଣ୍ଡର ୧୯ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ବାଜି ମାରିନେଇଥିଲା । ଭାରତ ଏଥିରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ବିଶ୍ୱ ବିଜେତା ବନିଥିଲା । ଏହି ମ୍ୟାଚରେ ରାଜ ଅଙ୍ଗଦ ବାୱା ହିରୋ ସାବ୍ୟସ୍ତ ହୋଇଥିଲେ । ସେ ଫାଇନାଲ ମ୍ୟାଚରେ ୫ଟି ୱିକେଟ ହାସଲ କରିବା ସହ ୩୫ ରନର ଯୋଗଦାନ ମଧ୍ୟ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe