କନକ ବ୍ୟୁରୋ: ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ପ୍ରବେଶ କରି ସାରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୯୦ ରନ କରିଥିଲା । ପରେ କଙ୍ଗାରୁ ଦଳ ଏହି ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୧୯୪ ରନରେ ଅଲ ଆଉଟ ହୋଇଯାଇଥିଲା । ତେବେ ଏହି ମ୍ୟାଚରେ ୟଶ ଧୂଲ ୧୧୦ ରନର ପାଳି ଖେଳି ଭାରତକୁ ଫାଇନାଲରେ ପହଞ୍ଚାଇବାରେ ବଡ ଭୂମିକା ଗ୍ରହଣ କରିଥିଲେ । ତେବେ ଏହାସହ ସେ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି ।

Advertisment

ୟଶ ଧୂଲ କ୍ୟାପଟେନ ହିସାବରେ ଅଣ୍ଡର ୧୯ରେ ସବୁଠାରୁ ଅଧିକ ରନ କରିଥିବା ଖେଳାଳି ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ମାମଲାରେ ୟଶ ବିରାଟଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ ୨୦୦୮ ଅଣ୍ଡର ୧୯ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୦୦ ରନର ପାଳି ଖେଳିଥିଲେ । କ୍ୟାପଟେନ ହିସାବରେ ସବୁଠାରୁ ଅଧିକ ରନ କରିବାର ରେକର୍ଡ ଉନ୍ମୁକ୍ତ ଚାନ୍ଦଙ୍କ ନାଁରେ ରହିଛି ।

ତେବେ ଅଣ୍ଡର ୧୯ ବିଶ୍ୱକପରେ ଖେଳାଳି ହିସାବରେ ସେ ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ଉପରେ ଚେତେଶ୍ୱର ପୂଜାରା (୧୨୯), ଉନ୍ମୁକ୍ତ ଚାନ୍ଦ (୧୧୧) କରି ୟଶଙ୍କ ଉପରେ ରହିଛନ୍ତି । ତେବେ ଏହି ଦମଦାର ମ୍ୟାଚ ପରେ ଏଥର ଆଇପିଏଲରେ ୟଶଙ୍କ ଉପରେ ନଜର ରହିବ ବୋଲି ଚର୍ଚ୍ଚା ହେଉଛି ।

ଭାରତର ସେମିଫାଇନାଲରେ ବିଜୟ ପରେ ଲଗାତାର ଚତୁର୍ଥଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ତେବେ ଫାଇନାଲ ମ୍ୟାଚ ଫେବୃଆରୀ ୫ ତାରିଖରେ ଇଂଲଣ୍ଡ ସହ ଖେଳିବ ଭାରତ । ଏହି ମ୍ୟାଚରେ ଭାରତ ବିଜୟୀ ହୋଇ ଟାଇଟଲ ହାସଲ ଲକ୍ଷ୍ୟରେ ରହିବ ।