ସୋସିଆଲ୍ ମିଡିଆରେ ଚିଠିର ଚର୍ଚ୍ଚା ! ଭାଇରାଲ୍ ହେଲା ଏଭଳି ଏକ ଚିଠି ଯାହାକୁ ଦେଖି ଚାକିରୀ ଛାଡିବାକୁ ଚାହୁଁଛନ୍ତି କର୍ମଚାରୀ ।

ସୋସିଆଲ୍ ମିଡିଆରେ ଚିଠିର ଚର୍ଚ୍ଚା ! ଭାଇରାଲ୍ ହେଲା ଏଭଳି ଏକ ଚିଠି ଯାହାକୁ ଦେଖି ଚାକିରୀ ଛାଡିବାକୁ ଚାହୁଁଛନ୍ତି କର୍ମଚାରୀ ।

source : ImbaLife

ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଭାଇରାଲ୍ ହୋଇଥାଏ କିଛି ଅଜବ ହୋଇଥାଏ ଆଉ କିଛି ସମ୍ବେଦନଶୀଳ । ତେବେ ଏଭଳି ଆଉ ଏକ ଚିଠି ଏବେ ସୋସିଆଲ୍ ପ୍ଲାଟଫର୍ମରେ ଝଡ ପରି ଭାଇରାଲ୍ ହେଉଛି ଯାହାକୁ ଦେଖି କାର୍ଯ୍ୟକ୍ଷେତ୍ରରେ କାମ କରୁଥିବା ଲୋକ ମଧ୍ୟ ଚାକିରୀ ଛାଡିଦେବା କଥା ଚିନ୍ତା କରୁଛନ୍ତି । ତେବେ ଏଭଳି କାହିଁକି ହେଉଛି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

publive-image

ଅସଲ କଥା ହେଉଛି ଫିଲିପିନ୍ସର ଏକ ଅଫିସର ଚେରିଟି ଡିଲ୍ମୋ ନାମକ ଜଣେ ମହିଳା ସିଇଓ ଙ୍କ ଚିଠି ଏବେ ଭାଇରାଲ୍ ହେଉଛି । ଆପଣ ଭାବୁଥିବେ ସାମନ୍ୟ ଚିଠି ଭାଇରାଲ୍ ହେବାର କାରଣ କ’ଣ ତେବେ ଆମେ ଆପଣଙ୍କୁ କହିରଖୁଛୁ ଚେରିଟି ନିଜ ଅଫିସରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏହି ଚିଠି ଲେଖିଥିଲେ ଯାହାକୁ ସେ ନିଜ ଫେସବୁକ୍ ରେ ମଧ୍ୟ ସେୟାର୍ କରି କର୍ମଚାରୀଙ୍କୁ ଟାଗ୍ କରିଥିଲେ । ଏହି ଚିଠିରେ ସେ ଲେଖିଥିଲେ,

“ପ୍ରିୟ କର୍ମଚାରୀ ,
ମୁଁ ଆପଣଙ୍କୁ ମୋ କମ୍ପାନୀରେ ଏଥିପାଇଁ ଚାକିରୀ ଦେଇଛି କାରଣ ଆପଣ ନିଜ ପରିବାରର ଯତ୍ନ ଠିକ୍ ରୁପେ ନେଇପାରିବେ ନା କି ଆପଣ ସେମାନଙ୍କ ଠାରୁ ଦୂରେଇ ଯିବେ । ଆପଣ ଯେମିତି ନିଜ ଛୁଆଙ୍କ ଭଲଭାବରେ ଯତ୍ନ ନେବେ । କମ୍ପାନୀରେ ଆପଣଙ୍କ ଉପସ୍ଥିତି ଜରୁରୀ କିନ୍ତୁ ପରିବାର କମ୍ପାନୀ ଠାରୁ ଅଧିକ ଜରୁରୀ । ତେଣୁ କମ୍ପାନୀ ଆପଣଙ୍କ ପାଇଁ ଅପେକ୍ଷା କରିପାରେ । ଯଦି ଏଭଳି କେବେ ସମୟ ଆସେ ଯେ କମ୍ପାନୀ ଏବଂ ପରିବାର ମଧ୍ୟରୁ ଆପଣଙ୍କୁ କାହାକୁ ଗୋଟିଏକୁ ଚୟନ କରିବାକୁ ପଡେ ତେବେ ପ୍ରଥମେ ପରିବାରକୁ ହିଁ ଚୟନ କରନ୍ତୁ । ଯଦି ଆପଣଙ୍କ ପିଲାଙ୍କୁ ସ୍କୁଲ ଛାଡିବାକୁ ପଡେ ଏବଂ ସେହି ସମୟରେ କ୍ଲାଇଣ୍ଟ୍ କୁ ଭେଟିବାକୁ ଥିଲେ ପ୍ରଥମେ ନିଜ ଛୁଆକୁ ମହତ୍ତ୍ୱ ଦିଅନ୍ତୁ । କାରଣ ପରିବାର ପ୍ରଥମରେ ଥିଲେ କମ୍ପାନୀ ଦ୍ୱିତୀୟ ନମ୍ବରରେ ଥାଏ ।”

publive-image

ଏହି ଚିଠିଟି ଭାଇରାଲ୍ ହେବା ପରେ ଲୋକମାନେ ଚେରିଟୀଙ୍କ ନିଜ କର୍ମଚାରୀଙ୍କ ପ୍ରତି ଥିବା ଏଭଳି ବ୍ୟବହାରକୁ ସମସ୍ତେ ପସନ୍ଦ କରିଛନ୍ତି । ସୋସିଆଲ୍ ମିଡିଆରେ ଏହି ଚିଠିକୁ ୪୫ ହଜାର ଥର ସେୟାର୍ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe