ରୋଚକ ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ହଟିଲେ, ବାଇଡେନ । କମଲା ହ୍ୟାରିସଙ୍କ ଏଣ୍ଟ୍ରି । ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ରୋଚକ ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ହଟିଲେ, ବାଇଡେନ । କମଲା ହ୍ୟାରିସଙ୍କ ଏଣ୍ଟ୍ରି । ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

କନକ ବ୍ୟୁରୋ : ଜୋ ବାଇଡେନ ନିଜ ନିଷ୍ପତ୍ତି ଜଣାଇସାରିଛନ୍ତି । ଆଉ ଲଢ଼ିବେନି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏହି ବଡ ଘୋଷଣା ପରେ ଏବେ ସମସ୍ତଙ୍କ ନଜର ଭାରତୀୟ ବଂଶୋଦ୍ଭବ ତଥା ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ଉପରେ । ରାଷ୍ଟ୍ରପତି ନିର୍ବାଚନ ରେସରେ ସବୁଠୁ ଆଗରେ ଅଛନ୍ତି ହ୍ୟାରିସ ।

ଡେମୋକ୍ରାଟିକ ପାର୍ଟି ଦ୍ବାରା ଏକ ସିକ୍ରେଟ ସର୍ଭେ କରାଯାଇଛି । ଯେଉଁଥିରେ କମଲା ହ୍ୟାରିସ ଟ୍ରମ୍ପଙ୍କୁ ବେଶ ସହଜରେ ହରାଇପାରିବେ ବୋଲି ଏହି ସର୍ଭେ କହୁଛି । ଆମେରିକା ଗଣମାଧ୍ୟମ ସର୍ଭେରେ ବି ଆଗରେ ରହିଛନ୍ତି କମଲା ହ୍ୟାରିସ୍ ।

ସର୍ଭେ କହୁଛି--କମଲା ହ୍ୟାରିସ ଜଣେ ମଜଭୁତ ମହିଳା ଚେହେରା । ସ୍ବଚ୍ଛ ଭାବମୂର୍ତି ସହ ଯୁବକ ଓ ମହିଳାଙ୍କ ଭିତରେ ବେଶ ଲୋକପ୍ରିୟ । କମଲା ହ୍ୟାରିସ ବନାମ ଡୋନାଲ୍ଡ ଟ୍ରମ୍ପ ଲଢ଼େଇରେ କମଲାଙ୍କୁ ମିଳିପାରେ ୫୦ % ସମର୍ଥନ

ଯଦି କମଲାଙ୍କୁ ରାଷ୍ଟ୍ରପତି ଚେହେରା କରାଯାଏ ତେବେ ସେ ନିର୍ବାଚନରେ ଟ୍ରମ୍ପଙ୍କୁ କଡା ଟକ୍କର ଦେଇପାରିବେ । କମଲାଙ୍କ ସପକ୍ଷରେ ରହିଛି ପ୍ରବାସୀ ଭାରତୀୟ ଭୋଟରଙ୍କ ବଡ଼ ସମର୍ଥନ । ଦେଶର ଉପରାଷ୍ଟ୍ରପତି ଥିବା ସମୟରେ ମହିଳା ଭୋଟରଙ୍କ ନିକଟତର ହୋଇପାରିଛନ୍ତି

ବାଇଡେନଙ୍କ ଅପେକ୍ଷା କମଲା ହ୍ୟାରିସଙ୍କୁ ହରାଇବା ତାଙ୍କ ପାଇଁ ବେଶ ସହଜ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଥିସହ ଜୋ ବାଇଡେନଙ୍କୁ ସବୁଠୁ ଖରାପ ରାଷ୍ଟ୍ରପତି କହି ଆକ୍ଷେପ କରିବା ସହ ତାଙ୍କୁ ଜଣେ ଚତୁର ରାଜନେତା କରି କଟାକ୍ଷ କରିଛନ୍ତି

ନିକଟରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରାଯାଇଥିଲା। ଆମେରିକାର ରାଜନୈତିକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି କାରଣରୁ ଆମେରିକୀୟ ଲୋକଙ୍କ ଭୋଟ୍ ସହାନୁଭୂତି ଆକାରରେ ଟ୍ରମ୍ପଙ୍କୁ ଫାଇଦା ମିଳିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe