କରୋନାରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଶରୀରରେ ଏକ୍ସପେରିମେଂଟାଲ ଥେରାପି ପ୍ରୟୋଗ ହେଉଥିବା ନେଇ ମିଳିଛି ସୂଚନା

Advertisment
କରୋନାରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଶରୀରରେ ଏକ୍ସପେରିମେଂଟାଲ ଥେରାପି ପ୍ରୟୋଗ ହେଉଥିବା ନେଇ ମିଳିଛି ସୂଚନା

source : google

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କୁ କରୋନା ସଂକ୍ରମଣ ହେବା ପରେ ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ବଡ କଥା ହେଲା ଟ୍ରମ୍ପ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । କୋଭିଡ ଚିକିତ୍ସାରେ ବହୁ ଚର୍ଚ୍ଚିତ ଔଷଧ-ରେମଜେଜିଭିର -ଦିଆଯାଉଛି ଟ୍ରମ୍ପଙ୍କୁ । କରୋନା ସଂକ୍ରମଣରୁ ମୁକ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦେହରେ ଏକ୍ସପେରିମେଂଟାଲ ଥେରାପିର ପ୍ରୟୋଗ କରାଯାଉଥିବା ସୂଚନା ମିଳିଛି ।

ଏହି ଥେରାପିରେ ରହିଛି ଆଂଟିବଡି ଏବଂ ଆଂଟିଭାଇରାଲ ମେଡିସିନର ମିଶ୍ରଣ । ଏହି ଏକ୍ସପେରିମେଂଟାଲ ଥେରାପି ଦ୍ୱାରା ତାଙ୍କ ଶରୀରରେ ଭାଇରାଲ ଲୋଡ କମୁଥିବା ସୂଚନା ମିଳିଛି । ଏକ୍ସପେରିମେଂଟାଲ ଥେରାପି ବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଭିଟାମିନ ସି, ଡି  ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe