କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କୁ କରୋନା ସଂକ୍ରମଣ ହେବା ପରେ ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ବଡ କଥା ହେଲା ଟ୍ରମ୍ପ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । କୋଭିଡ ଚିକିତ୍ସାରେ ବହୁ ଚର୍ଚ୍ଚିତ ଔଷଧ-ରେମଜେଜିଭିର -ଦିଆଯାଉଛି ଟ୍ରମ୍ପଙ୍କୁ । କରୋନା ସଂକ୍ରମଣରୁ ମୁକ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦେହରେ ଏକ୍ସପେରିମେଂଟାଲ ଥେରାପିର ପ୍ରୟୋଗ କରାଯାଉଥିବା ସୂଚନା ମିଳିଛି ।
ଏହି ଥେରାପିରେ ରହିଛି ଆଂଟିବଡି ଏବଂ ଆଂଟିଭାଇରାଲ ମେଡିସିନର ମିଶ୍ରଣ । ଏହି ଏକ୍ସପେରିମେଂଟାଲ ଥେରାପି ଦ୍ୱାରା ତାଙ୍କ ଶରୀରରେ ଭାଇରାଲ ଲୋଡ କମୁଥିବା ସୂଚନା ମିଳିଛି । ଏକ୍ସପେରିମେଂଟାଲ ଥେରାପି ବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଭିଟାମିନ ସି, ଡି ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/Trump-png-750x430.jpg)