କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି କରୋନା ନେଗେଟିଭ୍ । ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ସୂଚନା ଦେଲେ ହ୍ୱାଇଟ୍ ହାଉସ୍ ଡାକ୍ତର । ରିପୋର୍ଟ ନେଗେଟିଭ୍ ଆସିବା ପରେ ଫ୍ଲୋରିଡ଼ାରେ ନିର୍ବଚନୀ ପ୍ରଚାର କରିଛନ୍ତି ଡୋନାଲ ଟ୍ରମ୍ପ ।
ତେବେ ଡୋନାଲ ଟ୍ରମ୍ପଙ୍କ ରିପୋର୍ଟ କେବେ ଆସିଲା, ସେ ନେଇ ବିଧିବଦ୍ଧ ଭାବରେ ସୂଚନା ଦେଇ ନାହାଁନ୍ତି ହ୍ୱାଇଟ୍ ହାଉସ୍ ଡାକ୍ତର । ଏକାଧିକ ଟେଷ୍ଟ ଓ ଅନୁଧ୍ୟାନ ଏହି ସୂଚନା ଦିଆଯାଇଛି । ତେବେ ଡେନାଲ ଟ୍ରେମ୍ପ କାହାରିକୁ ସଂକ୍ରମଣ କରିନଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ ଦାବି କରାଯାଇଛି ।