ଗଲୱାନ ଘାଟି ଆକ୍ରମଣ ନେଇ ଚୀନର ମୁଖା ଖୋଲିଲା ଆମେରିକା । ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ହୋଇଥିଲା ଆକ୍ରମଣ, ଭାରତ ଆଗରେ ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଥିଲା ଚୀନ୍ । 

4,486

କନକ ବ୍ୟୁରୋ : ଭାରତ ଚୀନ୍ ମଧ୍ୟରେ ଗଲୱାନରେ ହୋଇଥିବା ସଂଘର୍ଷକୁ ନେଇ ଚାଂଚଲ୍ୟକର ତଥ୍ୟ ଦେଇଛି ଆମେରିକା ଗୁଇନ୍ଦା ସଂସ୍ଥା । ରିପୋର୍ଟ ମୁତାବକ ବେଜିଂର ନିର୍ଦ୍ଦେଶ କ୍ରମେ ଭାରତୀୟ ଯବାନଙ୍କ ଉପରେ ଡ୍ରାଗନ ସେନା କରିଥିଲା ଏହି ଭୟାନକ ଆକ୍ରମଣ । ଚାଇନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖ୍ୟ ଜେନେରାଲ ଝାଓ-ଜୋନ-କି ଏବଂ ପିଏଲଏର କିଛି ବରିଷ୍ଠ ଅଧିକାରୀଙ୍କ ଇସାରାରେ ଏହି ଆକ୍ରମଣ ଯୋଜନା କରାଯାଇଥିଲା । ଚୀନର ଏହି ଯୋଜନା ବୁମେରାଂ ସାବ୍ୟସ୍ତ ହୋଇଥିଲା । ଯେତେବେଳେ ଏହି ଘଟଣାକୁ ନେଇ ଭାରତରେ ଚୀନ ବିରୋଧରେ ବିଦ୍ରୋହ ଦେଖାଗଲା ।

ଭାରତ-ଚାଇନା ସୀମାନ୍ତରେ, ଗଲୱାନ ଘାଟିରେ କେମିତି ହୋଇଥିଲା ଆକ୍ରମଣ ? କାହା ଇସାରାରେ ଚାଇନା ସେନା କରିଥିଲା ଆକ୍ରମଣ ? ଏହି ପ୍ରଶ୍ନର ଉତ୍ତର ଖୋଜା ଚାଲିଥିବା ବେଳେ ଆମେରିକା ଗୁଇନ୍ଦା ରିପୋର୍ଟ ଦେଇଛି ଚାଂଚଲ୍ୟକର ତଥ୍ୟ । ଏହି ରିପୋର୍ଟ ମୁତାବକ ବେଜିଂର ନିର୍ଦ୍ଦେଶ କ୍ରମେ ଭାରତୀୟ ଯବାନଙ୍କ ଉପରେ ଡ୍ରାଗନ ସେନା କରିଥିଲା ଏହି ଭୟାନକ ଆକ୍ରମଣ । ଚାଇନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖ୍ୟ ଜେନେରାଲ ଝାଓ-ଜୋନ-କି ଏବଂ ପିପୁଲସ ଲିବରେସନ ଆର୍ମିରେ ଏବେ ବି କାର୍ଯ୍ୟରତ କିଛି ଅଧିକାରୀ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଝାଓ କହିଥିଲେ, ଆମେରିକା ଏବଂ ନୂଆଦିଲ୍ଲୀ ନିକଟରେ ଚାଇନା ନିଜକୁ ଦୁର୍ବଳ ଅନୁଭବ ନକରିବା ଦରକାର । ଏବଂ ଗତ ସପ୍ତାହର ଲଢେଇ କରିବାର ଉଦ୍ଦେଶ୍ୟ ଥିଲା ଭାରତକୁ ଏକ ଶିକ୍ଷା ଦେବା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଆକ୍ରମଣ ପଛର କାରଣ ଦୀର୍ଘଦିନ ଧରି ସୀମାରେ ଲାଗିରହିଥିବା ଉତ୍ତେଜନା ନୁହେଁ ବରଂ ଭାରତ ଆଗରେ ଚୀନର ଶକ୍ତି ପ୍ରଦର୍ଶନ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

କିନ୍ତୁ ଚୀନର ଏହି ଯୋଜନା ବୁମେରାଂ ସାବ୍ୟସ୍ତ ହୋଇଥିଲା । କାରଣ ଏହି ଘଟଣାକୁ ନେଇ ଭାରତରେ ଚୀନ ବିରୋଧରେ ବିଦ୍ରୋହ ଦେଖାଗଲା । ଚୀନ ସାମଗ୍ରୀକୁ ଲୋକେ ରାଜରାସ୍ତାରେ ପୋଡିବା ଆରମ୍ଭ କଲେ । ଉଭୟ ଦେଶର ବ୍ୟବସାୟିକ ସମ୍ପର୍କକୁ ମଧ୍ୟ ଏହା ବିପଦ ମଧ୍ୟକୁ ଟାଣିଆଣିଲା । ଚାଇନା ମୋବାଇଲକୁ ନଷ୍ଟ କରିବା ସହିତ ଟିକଟକ ଆପକୁ ଡିଲିଟ କରିବା ଆରମ୍ଭ କରିଦେଲେ ଲୋକେ । ତେବେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ, ଚୀନ ରାଷ୍ଟ୍ରପତି ଜିନ-ପିଙ୍ଗଙ୍କ ଏହି ନିଷ୍ପତି ପଛରେ କେତେ ହାତ ରହିଛି ।