କନକ ବ୍ୟୁରୋ: ଚୀନ ଏୟାରଲାଇନସ ଉପରେ ଆମେରିକା ପ୍ରଶାସନ ତରଫରୁ କଟକଣା । ଆମେରିକାରୁ ଚୀନକୁ ଉଡାଣ ଭରିବାକୁ ଥିବା ୪୪ ଟି ବିମାନ ଉଡାଣକୁ ବାତିଲ କରିବା ପାଇଁ ଘୋଷଣା କରିଛି ଆମେରିକା । ୩୦ ଜାନୁଆରୀରୁ ଏହି ନିୟମ ଲାଗୁ କରାଯିବ । ୨ ବର୍ଷ ତଳେ ଚୀନ ମଧ୍ୟ ସମାନ ନୀତି ଆମେରିକା ପାଇଁ ଆପଣେଇଥିଲା । କିଛି ଯାତ୍ରୀ ପଜିଟିଭ ଜଣାପଡିବା ପରେ କରୋନାକୁ କାରଣ ଦେଖାଇ ଚୀନ ତରଫରୁ ଆମେରିକା ଯିବାକୁ ଥିବା ବିମାନକୁ ବାତିଲ କରାଯାଇଥିଲା ।
ତେବେ ବେଜିଙ୍ଗ ପ୍ରଶାସନ ପକ୍ଷରୁ କିଛି ନିର୍ଦ୍ଧିଷ୍ଟ ଆମେରିକାନ ବିମାନକୁ ନିଷେଧ କରାଯାଇଥିଲା । ଆମେରିକାର ଏହି ଆପତି କୁ ଅନୁଚିତ ବୋଲି କହିଛି ଚୀନ ଦୂତବାସ । ୱାସିଙ୍ଗଟନରେ ଥିବା ଚୀନ ଦୂତବାସ ପ୍ରବକ୍ତା ଲିୟୁ ପେଙ୍ଗ୍ୟୁ ଆମେରିକାର ପ୍ରଶାସନକୁ ଅନୁରୋଧ କରିଛନ୍ତି । ଚୀନି ଏୟାରଲାଇନସର ପାସେଂଜର ଫ୍ଲାଇଟକୁ ବାତିଲ ନକରିବାକୁ ଅନୁରୋଧ କରିଛନ୍ତି ଲିୟୁ ପେଙ୍ଗ୍ୟୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/0x0.jpg)