ଗାଈ ମାନଙ୍କୁ ଥଣ୍ଡାରୁ ରକ୍ଷା କରିବାକୁ ସରକାରଙ୍କ ସ୍ୱତନ୍ତ୍ର ଯୋଜନା । ପ୍ରତ୍ୟେକ ଗାଈଙ୍କୁ ଶୀତବସ୍ତ୍ର ଯୋଗାଇବାକୁ ସରକାର ପ୍ରସ୍ତୁତ

397

କନକ ବ୍ୟୁରୋ : ଗାଈ ମାନଙ୍କୁ ଥଣ୍ଡାରୁ ସୁରକ୍ଷା ଦେବାକୁ ଉତ୍ତରପ୍ରଦେଶ ସରକାର ଏକ ବିଶେଷ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ଗାଈ ମାନଙ୍କ ପାଇଁ ସରକାରଙ୍କ ତରଫରୁ ବିଶେଷ କିଟ୍ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହାସହ ପଶୁ ପାଳନ ବିଭାଗ ପଶୁ ଚିକିତ୍ସା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଥଣ୍ଡାଦିନ ମାନଙ୍କରେ ଗୋଶାଳାରେ ରହୁଥିବା ଗାଈ ମାନଙ୍କୁ କିଭିଳି ସୁରକ୍ଷା ଓ ଚିକିତ୍ସା ଯୋଗାଇ ଦିଆଯାଇ ପାରିବ ସେ ନେଇ ଉଚିତ୍ ବ୍ୟବସ୍ଥା କରନ୍ତୁ । ଏନେଇ ସରକାରଙ୍କ ପକ୍ଷରୁ ଝୁଟରେ ତିଆରି ଥଳିକୁ କାଟି କିଭଳି ଗାଈ ମାନଙ୍କ ପାଇଁ କୋର୍ଟ ପ୍ରସ୍ତୁତ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ଯାହାକି ଥଣ୍ଡାରୁ ରକ୍ଷା କରିବାକୁ ଗାଈ ମାନେ ପିନ୍ଧି ପାରିବେ । ଏହି ପରିପେକ୍ଷୀରେ ସରକାରଙ୍କ ତରଫରୁ ମନରେଗା ଯୋଜନାରେ ଏଭଳି କାମ ଶ୍ରମିକ ମାନଙ୍କୁ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି । ଝୁଟରୁ ଏହି କୋର୍ଟ ପ୍ରସ୍ତୁତ ହେବା ପରେ ତାହା ଉପରେ ପଲିଥିନ ଦିଆଯାଇ ତାହାକୁ ଗାଈ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କୋର୍ଟ ପ୍ରସ୍ତୁତ କରାଯିବ ।
ଏହାସହ ଗାଈ ମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ଗୋଶାଳା ନିକଟରେ ନିଆଁ ଜାଳିବାକୁ ଯୋଜନା କରିଛି ପଶୁପାଳନ ବିଭାଗ । ସରକାରଙ୍କ ତରଫରୁ ଗ୍ରାମାଞ୍ଚଳରେ ରହୁଥିବା ବୁଲାଗୁରୁ ମାନଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତରେ ଅସ୍ଥାୟୀ ଗୋଶାଳା ନିର୍ମାଣ କରାଯାଇଛି । ଏହାକୁ ଦେଖା ରଖା କରିବାକୁ ଜଣେ ଜଣେ ସ୍ୱତନ୍ତ ଲୋକଙ୍କୁ ନିଯୁକ୍ତି ଦିଆଯାଉଛି । ସବୁଠାରୁ ବଡକଥା ହେଉଛି କି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନେକ ସମୟରେ ନିଜେ ଏହି ଗୋଶାଳା ପରିଦର୍ଶନ କରି ସେଠାକାର ସମସ୍ୟା ଉପରେ ନଜର ରଖିଛନ୍ତି । ଏହାସହ ପଶୁ ଚିକିତ୍ସା ବିଭାଗ ଗାଈ ମାନଙ୍କର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଛି ।