କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ । ଏହି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଏକ ଜରୁରୀକାଳୀନ ବୈଠକ ବସିଛି । ଏହି ବୈଠକରେ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି, ଯୁଦ୍ଧ ଯୋଗୁଁ ଉଭୟ ଦେଶରେ ବ୍ୟାପକ କ୍ଷତି ହୋଇଛି । ଋଷିଆର ଅନେକ ସୈନ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି । ତେଣୁ ଯୁଦ୍ଧ ବନ୍ଦ ହେବା ଦରକାର । ଋଷିଆ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନ ପାଳନ କରିବା ଦରକାର । ତୁରନ୍ତ ପୁଟିନ ସେନା ଅସ୍ତ୍ରବିରତି ପ୍ରତ୍ୟାହାର କରିବା ଦରକାର ।

Advertisment

ଋଷର ଆକ୍ରମଣରେ ୧୬ ଛୋଟ ଛୁଆ ସମେତ ୩୫୨ ଜଣ ପ୍ରାଣ ହରାଇଛନ୍ତି । ଋଷ ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିବା ସହିତ ରକେଟ ମାଡ କରୁଛି । ତେଣୁ ମୃତକଙ୍କ ସଂଖ୍ୟା ବଢି ଚାଲିଛି ବୋଲି ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି । ସେହିପରି ଜାତିସଂଘର ମହାଚିବ ଆଟୋଂନିଓ ଗୁଏଟାରେସ କହିଛନ୍ତି, ଯୁଦ୍ଧ ଯେତେ ଶୀଘ୍ର ବନ୍ଦ ହେବା ଦରକାର । କୂଟନୀତି ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାରିପାରିବ । ଯୁଦ୍ଧ ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବନି ।

ସେହିପରି ଋଷ ପରମାଣୁ ବୋମାକୁ ଆକ୍ଟିଭ କରି ରଖିବା ନିନ୍ଦନୀୟ । ୟୁକ୍ରେନକୁ ସବୁ ପ୍ରକାରର ମାନବୀୟତା ସହାୟତା କରାଯିବ ବୋଲି ଗୁଟେରସ କହିଛନ୍ତି । ଜାତିସଂଘରେ ଏହି ବୈଠକ ଆରମ୍ଭ ପୂର୍ବରୁ ୟୁକ୍ରେନ ପାଇଁ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା ହୋଇଥିଲା ।