ଆଜି ୧୯ ବର୍ଷରୁ କମ କ୍ରିକେଟ୍ ବିଶ୍ୱକପ ଫାଇନାଲ । ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ, ମ୍ୟାଚ୍ ଜିତି ଭାରତ ଷଷ୍ଠ ଟାଇଟଲ ଲକ୍ଷ୍ୟରେ ଟିମ ଇଣ୍ଡିଆ ।

156

କନକ ବ୍ୟୁରୋ: ଆଜି ୧୯ ବର୍ଷରୁ କମ କ୍ରିକେଟ୍ ବିଶ୍ୱକପ ଫାଇନାଲ । ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ । ମ୍ୟାଚ ଜିତି ଭାରତ ଷଷ୍ଠ ଟାଇଟେଲ ଲକ୍ଷରେ ଟିମ ଇଣ୍ଡିଆ । ସେପଟେ ଚତୁର୍ଥ ଟାଇଟେଲ ଲକ୍ଷ୍ୟରେ କଙ୍ଗାରୁ ଦଳ । ଅପରାହ୍ନ ସାଢେ ଗୋଟାଏଷର ମ୍ୟାଚ ଆରମ୍ଭ ହେବ । ତେବେ ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆ ତୁଳନାରେ ଭାରତର ପଲା ଭାରି ରହିଛି । ୨୦୧୨ ଏବଂ ୨୦୧୮ରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ତେଣୁ ଭାରତ ଏଥର ପୁଣି ଅଷ୍ଟ୍ରେଲିଆକୁ ହରାଇ ଟାଇଟେଲ ହାସଲ କରିବ ବୋଲି ଆଶାବାଦୀ ଅଛନ୍ତି କ୍ରିକେଟ ପ୍ରେମୀ ।