ବଢୁଥିବା ଜୀବନଶୈଳୀ,ଅଫିସରେ ବଢୁଥିବା କାମ ଏବଂ କର୍ମ ବ୍ୟବସ୍ଥାର ଚାପରେ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଏ । ଏହି ସବୁ ରୋଗ ଏବେ ମଣିଷ ଜୀବନରେ ଯେମିତି ସାଧାରଣ ହୋଇଗଲାଣି । ପ୍ରାୟତଃ ସବୁ କମ୍ପାନୀରେ କମ୍ପ୍ୟୁଟରର ବ୍ୟବହାର ହୋଇଗଲାଣି । ଅଫିସରେ କମ୍ପ୍ୟୁଟର ଟାଇପିଂ କରି କରି ବେଳେବେଳେ ଆଙ୍ଗୁଠିରେ ମଧ୍ୟ ବହୁ କଷ୍ଟ ଅନୁଭବ ହୋଇଥାଏ ।
କର୍ପଲ ଟନଲ ସିଣ୍ଡ୍ରୋମ୍ ନାମକ ଏକ ସମସ୍ୟା ଏବେ ଦେଶସାରା ବ୍ୟାପି ଚାଲିଛି । ଏହି ସମସ୍ୟା ଶରୀରର କୌଣସି ଶୀରା ଉପରେ ପ୍ରଭାବ ପଡିବା ଦ୍ୱାରା ହୋଇଥାଏ । ସାଧାରଣ ଭାଷାରେ କହିବାକୁ ଗଲେ ସାଢେ ତିନି ଆଙ୍ଗୁଠିରେ ହେବାକୁ ଥିବା କଷ୍ଟକୁ କର୍ପଲ ଟନଲ ସିଣ୍ଡ୍ରୋମ୍ କୁହାଯାଏ । ଏହି କଷ୍ଟରେ ହାତର ଦଶ ଅଙ୍ଗୁଳି,ହାତ ମୁଠା, କଚଟି ଆଦି ଆଙ୍ଗୁଠିର ଆଖପାଖ ସ୍ଥାନରେ ବିନ୍ଧା ଆରମ୍ଭ ହୋଇ ଯାଇଥାଏ । ପ୍ରଥମେ ପ୍ରଥମେ ଏହି ସମସ୍ୟା କେବଳ ଅଙ୍ଗୁଳି ମଧ୍ୟରେ ସୀମିତ ଥାଏ କିନ୍ତୁ ସମୟ ସହ ଏହା ବାହୁ ପର୍ୟ୍ୟନ୍ତ ପ୍ରସାରିତ ହୋଇଥାଏ ।
ଏହି ସମସ୍ୟାର ବିଭିନ୍ନ କାରଣ ହୋଇପାରେ ଯେଭଳି କଚଟି ଉପରେ ବାରମ୍ବାର ଚାପ ପଡିବା,ଦିନସାରା ହାତ ଉପରେ ପ୍ରେସର ପଡିବା,ଗର୍ଭାବସ୍ଥା ସମୟରେ ଶରୀରରେ ଫ୍ଲୁଇଡର ଅଭାବ ଦେଖାଯିବା, କଚଟିରେ ପୂର୍ବରୁ କ୍ଷତ ଲାଗିଥିବା ବା ରୁମେଟାଇଡ୍ ଆର୍ଥରାଇଟିସ୍ ଭଳି କିଛି ରୋଗ ଦେଖାଗଲେ ଏହି ସିଣ୍ଡ୍ରୋମ୍ ହୋଇଛି ବୋଲି ଜାଣିହେବ । ଏହି ସମସ୍ୟା ୪ ରୁ ୫ ବର୍ଷ ଲଗାତାର କମ୍ପ୍ୟୁଟରରେ ଟାଇପିଂ କରୁଥିବା ବ୍ୟକ୍ତିଙ୍କୁ ହୋଇଥାଏ ।
ଏହି ସମସ୍ୟାରୁ ମୁକ୍ତ ହେବାକୁ ଚାହୁଁଥିଲେ କୌଣସି ଫିଜିଓଥେରାପିଷ୍ଟଙ୍କ ଠାରୁ ହାତର ଏକ୍ସରସାଇଜ୍ ଶିଖିନିଅନ୍ତୁ । ପ୍ରତିଦିନ ଏହି ଏକ୍ସରସାଇଜ୍ କଲେ ଆପଣ ଏହି ସମସ୍ୟାରୁ ବାହାରି ପାରିବେ । କି-ବୋର୍ଡ ତଳେ ନରମ କପଡା ପକାଇ କମ୍ପ୍ୟୁଟର ଚଲାନ୍ତୁ ଯାହାଦ୍ୱାରା କଚଟି ଉପରେ ଚାପ କମ୍ ପଡିବ । କାମ ଶେଷ ହେବା ପରେ ହାତକୁ ନିୟମିତ ମସାଜ୍ କରନ୍ତୁ ଏବଂ କାମ ସମୟରେ ଚୋଟ ବ୍ରେକ୍ ନିଅନ୍ତୁ । ପୁରୁଷଙ୍କ ତୁଳନାରେ ମହିିଳାଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/6-13.jpg)
/kanak/media/post_attachments/wp-content/uploads/2021/10/keyboarding-300x171.jpg)
/kanak/media/post_attachments/wp-content/uploads/2021/10/aa048843_555_050218032646-300x234.jpg)
/kanak/media/post_attachments/wp-content/uploads/2021/10/sddddddddddddddd-300x200.jpg)