ଜାପାନରେ ଟାଇଫୁନ୍ ଆତଙ୍କ : ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ହାଇ ଆଲର୍ଟ ଜାରି

98

କନକ ବ୍ୟୁରୋ : ଜାପାନରେ ଟାଇଫୁନ୍ ଆତଙ୍କ । ଭୟଙ୍କର ତୋଫାନ୍ ‘ନାମାଡୋଲ’ ପ୍ରଭାବରେ ଜାପାନରେ ପ୍ରଭାବିତ ଜନଜୀବନ । ଟାଇଫୁନ୍ ନାମାଡୋଲ ପ୍ରଭାବରେ ୨୭୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ଫଳରେ ତଟବର୍ତୀ ଅଂଚଳ ଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି । ପାଖାପାଖି ୪୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଜାପାନ ପାଣିପାଗ ବିଭାଗ ଅନୁସାରେ ତୋଫାନ ନାମାଡୋଲ ପ୍ରଭାବନରେ ଅନେକ ସ୍ଥାନରେ ଭୂସ୍ଖଳନ ହେବା ସହ ବନ୍ୟା ପରିସ୍ଥିତି ବି ଦେଖିବାକୁ ମିଳିଛି । ବର୍ଷ ୨୦୨୨ରେ ଜାପାନରେ ଆସିବାକୁ ଥିବା ଏହା ୧୪ ତମ ତୋଫାନ୍ । ଟାଇଫୁନ୍ ନାମାଡୋଲ ଆଇଲ୍ୟାଣ୍ଡ ମିନାମୀ ଦୈତୋରେ ଲ୍ୟାଣ୍ଡଫଲ କରିଛି । ଟାଇଫୁନ୍ ନାମାଡୋଲ ପ୍ରଭାବରେ ଅନେକସ୍ଥାନରେ ବିଦ୍ୟୁତ ସେବାକୁ ରଦ୍ଦ କରାଯାଇଛି । ଏହାସହ ଟ୍ରେନ୍ ଓ ବିମାନ ସେବା ମଧ୍ୟ ବନ୍ଦ କରାଯାଇଛି । ଜାପାନରେ ପ୍ରତିବର୍ଷ ଅନେକ ଟାଇଫୁନ ଆସିଥାଏ ।

ଜାପାନର ‘ଟାଇଫୁନ୍’ ସିଜିନ୍ 

– ଅଗଷ୍ଟ, ସେପ୍ଟେମ୍ବର ଜାପାନର ‘ଟାଇଫୁନ୍’ ସିଜିନ୍ 
– ଏହି ସମୟରେ ପ୍ରତିବର୍ଷ ଆସେ ୨୦ଟି ‘ଟାଇଫୁନ୍’ 
– ‘ଟାଇଫୁନ୍’ ପାଇଁ ପ୍ରବଳ ବର୍ଷା ଓ ଭୂସ୍ଖଳନ 
– ୨୦୧୯ରେ ଆସିଥିଲା ସବୁଠାରୁ ଭୟଙ୍କର ‘ଟାଇଫୁନ୍’ 
– ‘ହୈଜିବିସ’ ଟାଇଫୁନରେ ହୋଇଥିଲା ଅନେତ କ୍ଷୟକ୍ଷତି
– ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ 
– ୨୦୨୧ରେ ଆସିଥିଲା ପ୍ରଳୟଙ୍କାରୀ ଟାଇଫୁନ୍ ‘ଜେବି’ 
– ୨୦୧୮ରେ ଟାଇଫୁନ ପାଇଁ ୨୦୦ ଲୋକଙ୍କ ମୃତ୍ୟୁ