ଗାଧୋଇବା ବେଳେ ନଦୀରେ ଭାସିଗଲେ ଦୁଇ ଯୁବକ

118

କନକ ବ୍ୟୁରୋ : ଆନନ୍ଦପୁରରୁ ଆସିଲା ଅଭାବନୀୟ ଘଟଣା । ବୈତରଣୀ ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଦୁଇଜଣ ଯୁବକ । ପାୱାର ପ୍ରୋଜେକ୍ଟର ଅବହେଳା ଯୋଗୁଁ ୨ଜଣ ଯୁବକ ଭାସିଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଆନନ୍ଦପୁରରେ ସିଂଘନାଳୀ ଗାଁର ଦୁଇ ଯୁବକ ବୈତରଣୀ ନଦୀରେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଛି । ନଦୀରେ ବୁଡିଯାଇଥିବା ଯୁବକ ଦୁଇଜଣ ହେଲେ କ୍ଷେତ୍ରବାସୀ ସିଂ ତାଙ୍କର ବୟସ ୨୦ ବର୍ଷ । ସେହିପରି ଅନ୍ୟଜଣେ ଯୁବକ ହେଲେ ଶିବ ସିଂ ତାଙ୍କର ବୟସ ୧୭ ବର୍ଷ । ଦୁହେଁ ଭାସିଯିବା ସମୟରେ ଶିବ ସିଂ ଏକ ଗଛକୁ ଧରି ଅଟକି ଯାଇଥିଲେ । କିନ୍ତୁ କ୍ଷେତ୍ରବାସୀ ଭାସିଯାଇଥିଲେ । ସେ ଚିତ୍କାର କରିବାରୁ ତାଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତି କରଯାଇଛି ।