କଟକ ତୁଳସୀପୁର ମହତାବ ନଗରରେ ଅଭାବନୀୟ ଘଟଣା : ସଂପତ୍ତି ଲୋଭରେ ବଡଭଉଣୀ, ଦୁଇ ସାନ ଭଉଣୀଙ୍କୁ ଘରେ ବନ୍ଦୀ କରି ରଖିଥିବା ଅଭିଯୋଗ

50

କନକ ବ୍ୟୁରୋ : କଟକରେ ଅଭାବନୀୟ ଘଟଣା । ସଂପତ୍ତିି ବିବାଦରୁ ଦୁଇ ଭଉଣୀଙ୍କୁ ବଡ ଭଉଣୀ ଘରେ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି । କଟକ ତୁଳସୀପୁର ମହତାବ ନଗରରେ ଏଭଳି ଘଟଣାକୁ ନେଇ ସାରା ସହରରେ ଚାଂଚଲ୍ୟ । ତେବେ ଏ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ, ସମାଜସେବୀଙ୍କ ସହାୟତାରେ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ମେଡିକାଲକୁ ପଠାଇ ଦେଇଛି । ଏମାନଙ୍କ ମଧ୍ୟରୁ ଜଣେ ମାନସିକ ଭିନ୍ନକ୍ଷମ ବୋଲି ଅନୁମାନ କରାଯାଉଛି । ଅନ୍ୟଜଣେ କଲେଜରେ ପାଠ ପଢୁଥିବା ଜଣାପଡିଛି । ଉଦ୍ଦେଶ୍ୟ ମୂଳକ ଭାବେ ଏଭଳି ଦୁଇ ଭଉଣୀଙ୍କୁ ଘରେ ବନ୍ଦୀ କରି ରଖିଥିବାର ପ୍ରମାଣ ମିଳିଲେ ସଂପୃକ୍ତ ବଡଭଉଣୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉଦ୍ଧାର କରିବାକୁ ଆସିଥିବା ଚାଇଲ୍ଡ ଲାଇନର ଅଧିକାରୀ ।