ନଦୀକୁ ଡେଇଁ ୨ ନିଖୋଜ ହେଲେ ୨ ଯୁବତୀ । ପାଣିକୁ ଡେଇଁବା ପରେ କିଛି ସମୟ ଭାସିବା ପରେ ନିଖୋଜ ହୋଇଗଲେ

401

କନକ ବ୍ୟୁରୋ : ବ୍ରିଜ୍ ଉପରୁ ନଦୀକୁ ଡ଼େଇଁ ଦୁଇ ଜଣ ଯୁବତୀ  ନିଖୋଜ । ବଲାଙ୍ଗିର ତୁଷୁରା-ଗୁଡ଼ଭେଲା ବ୍ଲକ ରାସ୍ତାରେ ଥିବା ତେଲନଦୀ ବ୍ରିଜ୍ ଉପରୁ ପାଣିକୁ ଡ଼େଇଁଛନ୍ତି ଦୁଇଜଣ ଯୁବତୀ । ଏନେଇ ସ୍ଥାନୀୟ ଲୋକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଦୁଇ ଜଣ ଯୁବତୀ ପାଣିକୁ ଡ଼େଇଁବା ପରେ କିଛି ସମୟ ପାଇଁ ପାଣିରେ ଭାସିଥିଲେ । ଏହାପରେ ସେମାନେ ପାଣି ସ୍ରୋତରେ ନିଖୋଜ ହୋଇଯାଇଛନ୍ତି ।

ବ୍ରିଜ୍ ଉପରେ ଯୁବତୀଙ୍କ ସ୍କୁଟି ଓ ଚପଲ ପଡ଼ିରହିଛି । ଏନେଇ ପ୍ରତେକ୍ଷଦର୍ଶୀ ତୁଷୁରା ପୋଲିସକୁ ସୁଚନା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ସ୍କୁଟି ନମ୍ବରରେ ରାମୋତାର ଅଗ୍ରୱାଲଙ୍କ ନାଁରେ ରହିଛି । ସ୍କୁଟିରେ କଳାହାଣ୍ଡି ଜିଲ୍ଲାର ରେଜିଷ୍ଟେସନ ନମ୍ବର ରହିଛି । ତେବେ ଦୁଇ ଜଣ ଯୁବତୀ ପାଣିକୁ ଡ଼େଇଁବାର କାରଣ ଅସ୍ପଷ୍ଟ ରହିଛି ।