ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡ଼ିଲା ରୁକୁଣା ରଥ: ନୀତିକାନ୍ତି ପରେ ରଥ ଟାଣିଲେ ଶହ ଶହ ଶ୍ରଦ୍ଧାଳୁ 

81

କନକ ବ୍ୟୁରୋ: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ରୁକୁଣା ରଥ  । ଭକ୍ତଙ୍କ ଗହଣରେ ମାଉସୀ ମା’ଙ୍କ ଘର ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଭୁ ଲିଙ୍ଗରାଜ  । ଘଂଟଘଟା, ହର ହର ମହାଦେବ ଧ୍ୱ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଛି  । ରୁକୁଣା ରଥ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

 ସେପଟେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାରେ ଦେଖିବାକୁ ମିଳିଛି ବାହୁବଳୀ ସେବାୟତ ।  ରଥ ଯାତ୍ରାବେଳେ ବାରି ହୋଇପଡିଥିଲେ ସେବାୟତ ସନ୍ତୋଷ ଶତପଥୀ  । ମିଷ୍ଟର ଓଡିଶା ଟାଇଟଲ ଜିତିଥିବା ସନ୍ତୋଷ  ସେବାୟତ ଭାବେ ନିଜକୁ ଗର୍ବିତ ମନେ କରିନ୍ତି । ରଥଟାଣି ସେ ଆତ୍ମସନ୍ତୋଷ ପାଇଥିବା କହିଛନ୍ତି ।