କନକ ବ୍ୟୁରୋ: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ରୁକୁଣା ରଥ । ଭକ୍ତଙ୍କ ଗହଣରେ ମାଉସୀ ମା’ଙ୍କ ଘର ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଭୁ ଲିଙ୍ଗରାଜ । ଘଂଟଘଟା, ହର ହର ମହାଦେବ ଧ୍ୱ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଛି । ରୁକୁଣା ରଥ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସେପଟେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାରେ ଦେଖିବାକୁ ମିଳିଛି ବାହୁବଳୀ ସେବାୟତ । ରଥ ଯାତ୍ରାବେଳେ ବାରି ହୋଇପଡିଥିଲେ ସେବାୟତ ସନ୍ତୋଷ ଶତପଥୀ । ମିଷ୍ଟର ଓଡିଶା ଟାଇଟଲ ଜିତିଥିବା ସନ୍ତୋଷ ସେବାୟତ ଭାବେ ନିଜକୁ ଗର୍ବିତ ମନେ କରିନ୍ତି । ରଥଟାଣି ସେ ଆତ୍ମସନ୍ତୋଷ ପାଇଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/04/29-9.jpg)