ଜାମ୍ମୁକାଶ୍ମୀରରେ ଦୁଇ ବର୍ଷ ପରେ ପାଳିତ ହେଲା ଜନ୍ମାଷ୍ଟମୀ । ଶ୍ରୀନଗର ଶୋଭାଯାତ୍ରା କରି ସହର ପରିକ୍ରମା କଲେ କାଶ୍ମୀର ପଣ୍ଡିତ 

178

କନକ ବ୍ୟୁରୋ: ଶ୍ରୀନଗରରେ ଜନ୍ମାଷ୍ଟମୀ ଶୋଭାଯାତ୍ରା । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୟନ୍ତୀ ଉତ୍ସବକୁ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି କାଶ୍ମୀର ପଣ୍ଡିତ । ଦୁଇ ବର୍ଷ ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀନଗରରେ ବାହାରିଥିଲା ଜନ୍ମାଷ୍ଟମୀ ଶୋଭାଯାତ୍ରା । ଗଣପତ୍ୟାର୍ ମନ୍ଦିରରୁ ବାହାରି ଲାଲ୍ ଚୌକ ପହଁଚିଥିଲା ଏହି ଶୋଭାଯାତ୍ରା । ଜାହାଙ୍ଗୀର ଛକ ଦେଇ ପୁଣି ମନ୍ଦିରକୁ ଫେରିଥିଲା ଶୋଭାଯାତ୍ରା ।

ଏକ ସୁସଜ୍ଜିତ ରଥ ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ପୁରୁଷ, ମହିଳା, ନାଚି ନାଚି ସହର ପରିକ୍ରମା କରିଥିଲେ । ପରସ୍ପରକୁ ମିଠା ଖୁଆଇ ଉତ୍ସବମୁଖର ହୋଇ ଉଠିଥିଲେ କରୋନା ଯୋଗୁଁ ୨୦୨୦ରେ ଲକଡାଉନ ଥିବାରୁ ଶୋଭାଯାତ୍ରା ବନ୍ଦ ରହିଥିଲା ।

୨୦୧୯ ଅଗଷ୍ଟ ମାସରେ ୩୭୦ ଧାରା ହଟାଇବା ପରେ ଶୋଭାଯାତ୍ରାକୁ ବାତିଲ କରି ଦେଇଥିଲା । ଚଳିତ ବର୍ଷ ଧୁମଧାମରେ ଏହି ଉତ୍ସବକୁ ପାଳନ କରିଛନ୍ତି କାଶ୍ମୀର ପଣ୍ଡିତ । ସେମାନେ କହିଛନ୍ତି, ଏହି ଉତ୍ସବ ପରସ୍ପର ମଧ୍ୟରେ ଭାତୃତ୍ୱର ଭାବ ବୃଦ୍ଧି କରିବ ।