କନକ ବ୍ୟୁରୋ : ଘରେ ଥିବା ପାଣି ଡେକଚିରେ ପଡ଼ି ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ । ସମ୍ବଲପୁର ରେଢ଼ାଖୋଲ ଏନଏସିର ଦେହୁରୀସାହିପଡ଼ାରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁ ବିବେକାନନ୍ଦ ବେଉରୀ ଓ ଶୁଭସ୍ମିତା ବେଉରାଙ୍କ ୨ ବର୍ଷର ସାନ ଝିଅ ଘରେ ଖେଳୁଥିବା ବେଳେ ପାଣି ଡେକଚିର ପଡ଼ି ଯାଇଥିଲା ।
ବାପା, ମା’ ଦୁହେଁ କାମରେ ବ୍ୟସ୍ତ ଥିବା ବେଳେ ଝିଅ ପାଣି ଡେକଚିରେ ପଡ଼ିଥିବା ଜାଣି ପାରିନଥିଲେ । ପରେ ସାନ ଝିଅକୁ ପରିବାର ଚାରିଆଡ଼େ ଖୋଜାଖୋଜି କରିଥିଲେ । ଶେଷରେ ପାଣି ଡେକଚିରୁ ଶିଶୁକୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/11-22.jpg)