ପୁଣି ମୁକୁଳା ବୋରୱେଲରେ ଖସିପଡିଲା ଶିଶୁ । ଦେଢ ବର୍ଷର ଶିଶୁକୁ ବଞ୍ଚାଇବା ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍ ।

438

କନକ ବ୍ୟୁରୋ: ପୁଣି ମୁକୁଳା ବୋରୱେଲରେ ଖସିପଡ଼ିଲା କଁଅଳ ଶିଶୁ । କର୍ଣ୍ଣାଟକ ବିଜୟପୁରାର ଲାଚୟାଲ ଗାଁରେ ଘଟିଛି ଏଭଳି ଅଘଟଣ । ଖେଳୁଥିବା ସମୟରେ ଜଣେ ଦେଢ଼ ବର୍ଷର ଶିଶୁ ଏହି ବୋରୱେଲ୍ ମଧ୍ୟରେ ଖସିପଡ଼ିଥିଲା । ଶିଶୁର କାନ୍ଦ ଶୁଣାଯିବା ପରେ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଶିଶୁକୁ ବୋରୱେଲ ମଧ୍ୟରୁ ସୁରକ୍ଷିତ ଉଦ୍ଧାର ପାଇଁ ଅପରେସନ ଆରମ୍ଭ ହୋଇଛି । ମାଟି ଖୋଳି ଶିଶୁକୁ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଶିଶୁର ସ୍ୱାସ୍ଥାବସ୍ଥା ଯାଞ୍ଚ ପାଇଁ ମେଡିକାଲ ଟିମ୍ ଘଟଣାସ୍ଥରେ ଉପସ୍ଥିତ ରହିବା ସହ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ରହିଛି । ବୋରୱେଲ ମଧ୍ୟକୁ କ୍ୟାମେରା ପଠାଇ ଶିଶୁର ସ୍ୱାସ୍ଥାବସ୍ଥା ଉପରେ ନଜର ରଖାଯାଉଛି । ଦେଶର ବିଭିନ୍ନ ସ୍ଥାନରୁ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି । ଏନେଇ କୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି । ନଗର ଉନ୍ନୟନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ନେଇ ପ୍ରତିଶ୍ରୁତି ଦିଆଯାଉଥିଲେ ବି ଏଭଳି ଘଟଣା ଥମିବାର ନାଁ ନେଉ ନାହିଁ ।