ବିଧାୟିକା କୁସୁମ ଟେଟେଙ୍କ ମାନବିକତା : ବିନା ପୋଷାକରେ ଯାଉଥିବା ୨ ମହିଳାଙ୍କୁ ନିଜ ଘୋଡାଇଲେ ନିଜ ଉତ୍ତରୀୟ

ବିଧାୟିକା କୁସୁମ ଟେଟେଙ୍କ ମାନବିକତା : ବିନା ପୋଷାକରେ ଯାଉଥିବା ୨ ମହିଳାଙ୍କୁ ନିଜ ଘୋଡାଇଲେ ନିଜ ଉତ୍ତରୀୟ

କନକ ବ୍ୟୁରୋ : ମାନବିକତା ଦେଖାଇଲେ ବିଜେପି ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ ସହର ଭିତରେ ଉଲଗ୍ନ ହୋଇ ଚାଲି ଚାଲି ଆସୁଥିବା ଦୁଇ ଜଣ ମହିଳାଙ୍କୁ ବଢାଇଲେ ସହାୟତାର ହାତ । ଇବ୍ ନଦୀର ବ୍ରିଜ ନିକଟରେ ଏମାନେ ବିନା କପଡାରେ ଯାଉଥିବା ଦେଖି ଅଟକି ଯାଇଥିଲେ କୁସୁମ ଟେଟେ । ନିଜ ଉତ୍ତରୀୟ କାଢ଼ି ଦୁଇ ମହିଳାଙ୍କୁ ଘୋଡାଇଥିଲେ । ଏହା ପରେ କର୍ମୀଙ୍କ ସହାୟତାରେ ସୁନ୍ଦରଗଡ ଆସ୍ଥା ଗୃହକୁ ପଠାଇ ଦେଇଛନ୍ତି ।

ତେବେ କେଉଁ ପରିସ୍ଥିତିରେ ଏମାନେ ଏପରି ଅବସ୍ଥାରେ ଯାଉଥିଲେ, ତାହା ଜଣା ପଡିନାହିଁ । ଏପରିକି ନିଜ ବାବଦରେ ସେମାନେ ଠିକରେ କିଛି କହିପାରୁ ନଥିବା ସୂଚନା ମିଳିଛି । ଦୁଇ ମହିଳାଙ୍କ ମାନସିକ ସ୍ଥିତି ଠିକ ନଥିବା ଅନୁମାନ କରାଯାଉଛି । ରାଜ୍ୟରେ ମହିଳାଙ୍କ ସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଧାୟିକା । ସେ କହିଛନ୍ତି, ଦୁଇ ଜଣ ମହିଳାଙ୍କୁ ଏପରି ଅବସ୍ଥାରେ ଦେଖି ମଧ୍ୟ କେହି ପୋଲିସକୁ କିମ୍ବା ଅନ୍ୟ କାହାକୁ ଫୋନ କରି ନଜଣାଇବା ଦୁର୍ଭାଗ୍ୟଜନକ । ଏପରି ଘଟଣା ଦେଖିଲେ ଏହାକୁ ଏଡାଇ ନଯିବାକୁ ଅପିଲ କରିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe