ତେଜିଲା ମଦ ବିରୋଧୀ ଆନ୍ଦୋଳନ । ୨ଟି ମଦ କୋଠୀରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ମହିଳା

197

କନକ ବ୍ୟୁରୋ : ମଦ ବିରୋଧରେ ତାତିଲେ ମହିଳା । ନୂଆପଡ଼ାରେ ମଦ ବିରୋଧୀ ଆନ୍ଦୋଳନ ଉଗ୍ର ରୁପ ନେଇଛି । ଜିଲ୍ଲାରେ ଦିନକୁ ଦିନ ଅବାଧ ମଦ ବ୍ୟବସାୟ ବଢୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ୭୬ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଉତ୍ତ୍ୟକ୍ତ ମହିଳା ମାନେ ୨ଟି ମଦ କୋଠିରେ ନିଆଁ ଲଗାଇ ଜାଳି ପୋଡ଼ି ନଷ୍ଟ କରିଛନ୍ତି । ସେହିପରି ଶହ ଶହ ମଦ ପାଉଚ ମଧ୍ୟ ନଷ୍ଟ କରିଛନ୍ତି ।

ଏହା ସହ ମଦଭାଟି ମ୍ୟାନେଜରକୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ମଦ କାରବାର ଯୋଗୁଁ ଗରିବ ଖଟିଖିଆ ପରିବାର ନିସ୍ପେଷିତ ହେଉଥିବା ବେଳେ ମଦ ବ୍ୟବସାୟୀ ମାନେ ଲଭବାନ ହେଉଛନ୍ତି । ଆଉ ପୋଲିସ ଏବଂ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି । ବାରମ୍ବାର ଅଭିଯୋଗ କରି ବିଫଳ ହେବା ପରେ ଆଜି ମଦ ବିରୋଧରେ ରାଜରାସ୍ତାକୁ ଓହ୍ଲଇଛନ୍ତି ମହିଳା ।