କନକ ବ୍ୟୁରୋ: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ତିରୁପତି ଯାଇଥିବା ଖୋର୍ଦ୍ଧା ଜିଲାର ୨୧୫ ମଧ୍ୟରୁ ୨ ମହିଳା ତୀର୍ଥଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି । ଜଣେ ବାଲିଅନ୍ତା ବ୍ଲକ ଦେଉଳି ଗାଁର ଗୀତାଞ୍ଜଳି ରାଉତ ଓ ଅନ୍ୟଜଣେ ଚିଲିକା ବ୍ଲକ ଅଠରବାଟିଆ ଭେଲେରି ଗାଁର ରାଣୀ ଦେଇ ବୋଲି ସୂଚନା ମିଳିଛି । ଏ ଏ ନେଇ ସ୍ଥାନୀୟ ପ୍ରଶାସନ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଖୁବ ଶୀଘ୍ର ଦୁଇ ବରିଷ୍ଠ ମହିଳା ସୁରକ୍ଷିତ ଘରକୁ ଫେରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।
ତେବେ ଗତ ୭ ତାରିଖରୁ ଖୋର୍ଦ୍ଧା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରୁ ୨୧୫ ଜଣ ତୀର୍ଥଯାତ୍ରୀ ତିରୁପତି ଭେଲୋର ଯାତ୍ରାରେ ଭୁବନେଶ୍ୱର ଯାଇ ସେଠାରୁ ୮ ତାରିଖରେ ସ୍ୱତନ୍ତ୍ର ରେଳ ଯୋଗେ ଯାତ୍ରା ଆରମ୍ଭ କରିଥିଲେ । ବରିଷ୍ଠ ନାଗରିକ ମାନଙ୍କୁ ବିନା ମୂଲ୍ୟରେ ଦେଶର ବିଭିନ୍ନ ତୀର୍ଥକ୍ଷେତ୍ର ପରିଦର୍ଶନ କରାଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପ୍ରଣୟନ କରିଛନ୍ତି ସରକାର । ଏହି ଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଳକରୁ ବରିଷ୍ଠ ନାଗରିକ ମାନେ ଯାତ୍ରା କରିଥିଲେ । ଏହି ଯୋଜନାରେ ରାଜ୍ୟ ସରକାର ଜଣ ପିଛା ୧୬ହଜାର ୮ଶହ ଟଙ୍କା ଖର୍ଚ୍ଚ କରିଛନ୍ତି ।