ସୁନ୍ଦରଗଡରେ ଉଲଗ୍ନ ବୁଲୁଥିବା ଦୁଇ ମହିଳାଙ୍କ ମିଳିଲା ପରିଚୟ: ସଂପର୍କରେ ଉଭୟ ମାଆ-ଝିଅ, ଘର ଝାଡଖଣ୍ଡ । ଆଣିଲେ ସାଂଘାତିକ ଅଭିଯୋଗ

3,733

କନକ ବ୍ୟୁରୋ: ସୁନ୍ଦରଗଡ ରାସ୍ତାରେ ଦୁଇ ମହିଳା ଉଲଗ୍ନ ହୋଇ ରାସ୍ତାରେ ଚାଲି ଚାଲି ଆସୁଥିବା ବେଳେ ସହାୟତାର ହତା ବଢାଇଥିଲେ ବିଧାୟକ କୁସୁମ ଟେଟେ । ଏହି ଖବର ଆମେ ଗତକାଲି ଆପଣଙ୍କୁ ଦେଖାଇଥିଲୁ । ଆଜି ସେହି ଖବରର ସାଂଘାତିକ ସତ ସାମ୍ନାକୁ ଆସିଛି । ପ୍ରଥମେ ସେମାନଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି ସନ୍ଦେହ କରାଯାଉଥିଲା । ହେଲେ ଗୋଟିଏ ଦିନର ଚିକିତ୍ସା ପରେ ସେମାନେ ସଂପର୍କରେ ମାଆ ଓ ଝିଅ ବୋଲି ଜଣାପଡିଛି । ଚିକିତ୍ସା ପରେ ଆଜି ତାଙ୍କ ସହ ଘଟିଥିବା ଯନ୍ତ୍ରଣା ଜର୍ଜରିତ କାହାଣୀ କହିଛନ୍ତି । ସୂଚନା ଅନୁସାରେ ଉଦ୍ଧାର ହୋଇଥିବା ମା, ଝିଅ ଝାରଖଣ୍ଡ ରାଜ୍ୟର । ପରିବାର ଦୁଇ ଝିଅଙ୍କୁ ସହ ରହୁଥିଲେ ମହିଳା । ହେଲେ କିଛି ଦିନ ହେଲା ଗାଁର ସୁନିଲ ନାମକ ଯୁବକ ଉଦ୍ଧାର ମହିଳାଙ୍କ ପରିବାରର ସମସ୍ତଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି । ଏପରି ଅମାନବୀୟ କାଣ୍ଡ ପରେ ମାନସିକ ଭାରସାମ୍ୟ ହରାଇ ମା ଓ ଝିଅ ଘର ଛାଡିଥିଲେ । ନିଜ ଅଜାଣତରେ ସୁନ୍ଦରଗଡ ଚାଲି ଚାଲି ଆସୁଥିବା ବେଳେ ବିଧାୟକ କୁସୁମ ଟେଟେ ତାଙ୍କୁ ଉତରୀୟ ଘୋଡେଇ ଆସ୍ଥା ଗୃହକୁ ପଠାଇଥିଲେ । ଚିକିତ୍ସା ପରେ ଆଜି ମାଆ ଅଳ୍ପ ଅଳ୍ପ କଥା କହି ନିଜ ଯନ୍ତ୍ରଣା ଜର୍ଜରିତ ଅନୁଭୁତି ବଖାଣିବାରୁ ସାଂଘାତିକ ସତ ସାମ୍ନାକୁ ଆସିଛି । ସେପଟେ ଝିଅଟି ଏବେ ବି ଗୁମସୁମ ହୋଇ ବସି ରହିଛି । ସୁନ୍ଦରଗଡ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଆଜି ଆସ୍ଥା ଗୃହକୁ ଯାଇ ସମସ୍ତଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇଛନ୍ତି ।