କନକ ବ୍ୟୁରୋ : ସୁନ୍ଦରଗଡ ମା’ -ଝିଅ ଘଟଣାରେ ନୂଆ ମୋଡ । ପରିବାର ଲୋକେ ପୋଲିସ ଆଗରେ କହିଲେ ମହିଳା ଜଣଙ୍କ ମାନସିକ ବିକୃତ । ତାଙ୍କ ଘର ଛତିଶଗଡରେ । ପ୍ରାଥମିକ ଭାବେ ଝାଡଖଣ୍ଡର ବୋଲି ସୂଚନା ରହିଥିଲା । ଏବେ କିନ୍ତୁ ପୋଲିସ କହିଛି ଯେ, ପଡୋଶୀ ଛତିଶଗଡ ତୁମୁଲା ଥାନା ଖାରିବହାଲ ଗାଁରେ ମହିଳାଙ୍କ ଘର ରହିଛି । ଏବେ ସଂପୃକ୍ତ ମହିଳାଙ୍କ ବଡ ଭଉଣୀ ଓ ତାଙ୍କ ସାନ ଝିଅଙ୍କ ବୟାନ ରେକର୍ଡ ହେଉଛି ।
ସୁନ୍ଦରଗଡ ଟାଉନ ଥାନାରେ ବୟାନ ରେକର୍ଡ ଚାଲିଛି । ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବା ପରେ ସେ ୮ ବର୍ଷ ହେବ ମାନସିକ ବିକୃତ ହୋଇ ଯାଇଛନ୍ତି । ୪ ଦିନ ହେବ ସେ ଘର ଛାଡି ଚାଲି ଆସିଥିଲେ ବୋଲି ପରିବାର ଲୋକେ କହିଛନ୍ତି । ସେ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଏହାପରେ ସେ କାଉନସେଲିଂ ବେଳେ କହିଥିଲେ, ଯେ ସେ ତାଙ୍କ ଦିଅରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ । ଯାହା ଏବେ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/ddgdagadadg-750x430-1.jpg)