ହାଜତ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ: ସ୍ୱାମୀ କାହାର… ମୃତଦେହ ନେବାକୁ ହସ୍ପିଟାଲରେ ପହଞ୍ଚିଲେ ଦୁଇ ମହିଳା

162

କନକ ବ୍ୟୁରୋ: ବଡଗଡ ଥାନା ହାଜତରେ ପ୍ରଦୀପ ସାହୁଙ୍କ ମୃତ୍ୟୁ ମାମଲା । ମୃତଦେହ କିଏ ନେବ ଆରମ୍ଭ ହୋଇଛି ବିବାଦ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି ଦୁଇଜଣ ମହିଳା । ଉଭୟ ମହିଳା ମୃତ ଯୁବକଙ୍କୁ ନିଜ ସ୍ୱାମୀ ବୋଲି ଦାବି କରି ମୃତ ଦେହ ନେବାକୁ ଜିଦ । ତେବେ ଏହି ଘଟଣା ଏବେ ଭୁବନେଶ୍ୱରରେ ଚାଞ୍ଚ୍ୟ ଖେଳାଇ ଦେଇଛି ।

ପ୍ରଥମ ସ୍ତ୍ରୀ ମନୋରମା ସାହୁଙ୍କ କହିବା କଥା ହେଲା ମୃତ ଯୁବକଙ୍କ ନାଁ ପ୍ରଦୀପ ସାହୁ । ସେ ଭୁଷଣ୍ଡପୁରରେ ରୁହନ୍ତି । ଗତ ୩ ବର୍ଷ ହେବ ଭୁବନେଶ୍ୱର ଆସି ବେପାର କରୁଥିଲେ । ସେହିପରି ସୁନ୍ଦରପଦାରେ ରହୁଥିବା ଦ୍ୱିତୀୟ ପତ୍ନୀ ବନିତା ଚୌଧୁରୀଙ୍କ କହିବା କଥା ମୃତକ ଜଣକ ତାଙ୍କ ସ୍ୱାମୀ । ତାଙ୍କ ନାଁ ହେଉଛି ଦେବେନ୍ଦ୍ର ଚୌଧୁରୀ । ସେ ୧୭ ବର୍ଷ ହେବ ତାଙ୍କ ପାଖରେ ରହି ଆସୁଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ମୃତ ଦେହ କିଏ ନେବ ତାକୁ ନେଇ ଦ୍ୱନ୍ଦ୍ୱ ବଢିଯାଇଛି ।