image courtesy - tennews.in
କନକ ବ୍ୟୁରୋ : ଦିଲ୍ଲୀର ମାୟାପୁରୀରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ହେଲମେଟ ନଥିବାରୁ ଟ୍ରାଫିକ୍ ପୁଲିସ ସ୍କୁଟିରେ ଯାଉଥିବା ଜଣେ ପୁରୁଷ ଓ ମହିଳାଙ୍କୁ ଅଟକାଇଥିଲେ । ପୁଲିସ ହାତରେ ଧରାପଡ଼ିବା ପରେ ମହିଳା ଜଣକ ଟ୍ରାଫିକ୍ ପୁଲିସ ସହିତ ଦୁର୍ବ୍ୟବହାର କରିଥିଲେ । ଟ୍ରାଫିକ୍ ପୁଲିସଙ୍କ ଅଭିଯୋଗ ପରେ ଏହି ଘଟଣାକୁ ଏକ ନେଇ ମାମଲା ରୁଜୁ ହୋଇଥିଲା । ଏବଂ ଦୁହିଁଙ୍କୁ ଗିରଫ କରାଯାଇଛି । ଦୁହେଁ ଏହି ସମୟରେ ମଦ ପିଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।
ଦିଲ୍ଲୀ ମାୟାପୁରୀରେ ମାଧୁରି ଓ ତାଙ୍କ ସାଥୀ ସ୍କୁଟି ଚାଳକ ଅନିଲ ପାଣ୍ଡ୍ୟାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୨ ମିନିଟ୍ ୪୪ ସେକେଣ୍ଡର ଏହି ଭିଡିଓରେ ମହିଳା ଟ୍ରାଫିକ୍ ପୁଲିସକର୍ମୀଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।
ତେବେ ଏଦୁହେଁ ହେଲମେଟ ନପିନ୍ଧି ଥିବା ହେତୁ ପୁଲିସ କର୍ମୀ ତାଙ୍କୁ ରାସ୍ତାରେ ଅଟକାଇ ଥିଲେ । ପ୍ରଥମେ ସ୍କୁଟି ଚାଳକ ଅନିଲ ପାଣ୍ଡ୍ୟା ଟ୍ରାଫିକ୍ ପୁଲିସକୁ କହିଲେ ମହିଳାଙ୍କ ଭାଇର ମୃତ୍ୟୁ ହୋଇଯାଇଛି, ତେଣୁ ତାଙ୍କୁ ଯିବାକୁ ଦିଆଯାଉ । କିନ୍ତୁ ପୁଲିସକର୍ମୀ ସ୍କୁଟି ସାଇଟ୍ କରିବାକୁ କହିଥିଲେ । ଏଥିରେ ମାଧୁରି ରାଗି ଯାଇ ସ୍କୁଟିରୁ ଓହ୍ଲାଇ ପୁଲିସ କନେଷ୍ଟବଳଙ୍କୁ ଗାଳିଗୁଲଜ କରିବ ସହିତ ଧକ୍କା ମଧ୍ୟ ମାରିଥିବା ଦେଖିବାକୁ ମିଳୁଛି ।
Follow Us