କନକ ବ୍ୟୁରୋ: ଆଉ ଏକ ରେଳ ଦୁର୍ଘଟଣା ଟଳିଲା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ । ଛତିଶଗଡ ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସମାନ ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ସମାନ ଟ୍ରାକରେ ଦୁଇଟିଯାକ ଟ୍ରେନ ଆସୁଥିବାବେଳେ ଉଭୟ ଅଟକିଯାଇଛନ୍ତି । ଏନେଇ ରେଳବାଇ ପକ୍ଷରୁ ସ୍ପଷ୍ଟକରଣ ରଖାଯାଇଛି ।
ରେଳବାଇ କହିଛି ବିଳାସପୁରରୁ ଜୟରାମନଗର ମଧ୍ୟରେ ଅଟୋମେଟିକ ସିଗ୍ନଲାଂଗି ସିଷ୍ଟମ କାର୍ଯ୍ୟକରେ । ଏହା ଦ୍ୱାରା ଦୁଇଷ୍ଟେସନ ଭିତରେ ଗୋଟିଏ ଦିଗରେ ଗୋଟିଏ ଟ୍ରାକରେ ବିଭିନ୍ନ ସିଗନାଲ ଅନୁସାରେ ଏକାଧିକ ଟ୍ରେନ ଯାତାୟତ କରିପାରିବ । ଦୁଇଟି ରେଳ ଭିତରେ ଅତିକମରେ ୧୫୦ ମିଟର ଦୂରତା ରଖାଯାଇପାରିବ । ଅର୍ଥାତ ଗୋଟିଏ ଟ୍ରେନ ପଛରେ ଅତିକମରେ ୧୫୦ ମିଟର ଦୂରରେ ଆଉ ଏକ ଟ୍ରେନ ରହିପାରିବ । ଘଟଣାରେ କୌଣସି ମୃତାହତ ହୋଇନଥିବା ରେଳବାଇ ପ୍ରଶାସନ ପକ୍ଷରୁ କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/1-25.jpg)