ଗଞ୍ଜେଇ ଚାଲାଣର ନୂଆ ତରିକା : ରାୟଗଡାରେ ପିଚୁ ଟ୍ରକରୁ ଧରାପଡିଲା କୋଟିଏ ଟଙ୍କାର ଗଞ୍ଜେଇ

130

କନକ ବ୍ୟୁରୋ : ଗଞ୍ଜେଇ ଚାଲାଣର ନୂଆ ତରିକା । କୋଟିଏରୁ ଅଧିକ ମୂଲ୍ୟ ଗଂଜେଇ ଚାଲାଣ ବେଳେ ଟ୍ରକ ସହ ଗଞ୍ଜେଇ ବସ୍ତାକୁ ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ । ରାୟଗଡା ମୁନିଗୁଡାରୁ ଏହି ଗଞ୍ଜେଇ ଜବତ ହୋଇଛି । ପିଚୁ ବୋଝେଇ ଟ୍ରକରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ଗଂଜେଇର ପରିମାଣ ଆନୁମାନିକ ୨ ଟନ ହେବ । ଘଟଣା ପରେ ଡ୍ରାଇଭର ହେଲପର ଫେରାର ହୋଇଯାଇଛନ୍ତି । ଏହି ରାୟଗଡା ମୁନିଗୁଡାରୁ କନ୍ଧମାଳ ଯାଉଥିଲା ।