କନକ ବ୍ୟୁରୋ: ବିଶ୍ୱକପରୁ ବାଦ ପଡିଲା ୱେଷ୍ଟ ଇଣ୍ଡିଜ୍ । ସ୍କଟଲାଣ୍ଡଠୁ ହାରି ଦିନିକିଆ ବିଶ୍ୱକପ ୨୦୨୩ରୁ ବାଦ ପଡିଛି ଦଳ । ଦୁଇ ଥରର ବିଶ୍ୱକପ ଚାମ୍ପିଅନ ୱେଷ୍ଟଇଣ୍ଡିଜ୍ ସ୍କଟଲାଣ୍ଡଠୁ ୭ ୱିକେଟରେ ପରାସ୍ତ ହୋଇଛି । ଭାରତରେ ଅକ୍ଟୋବର ୫ ତାରିଖରୁ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ କ୍ୱାଲିଫାଏ ମ୍ୟାଚରେ ହାରିଯାଇଛି ୱେଷ୍ଟଇଣ୍ଡିଜ୍ । ମ୍ୟାଚ ହାରି କ୍ରିକ୍ରେଟ ଇତିହାସରେ ଅଲୋଡା ରେକର୍ଡ କରିଛି ୱେଷ୍ଟ ଇଣ୍ଡିଜ ।

Advertisment

ଶନିବାର ଜିମ୍ବାୱେର ହାରାରେ ଚାଲିଥିବା ସୁପର-୬ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୮୧ ରନ କରିଥିଲା ୱେଷ୍ଟଇଣ୍ଡିଜ୍ । ୪୪ ଓଭର ପୂର୍ବରୁ ଦଳ ଅଲଆଉଟ ହୋଇଯାଇଥିଲା । ସ୍କଟଲାଣ୍ଡ ମାତ୍ର ତିନିଟି ୱିକେଟ ହରାଇ ୪୩ ଓଭର ତିନିଟି ବଲରେ ଟାର୍ଗେଟ ହାସଲ କରିନେଇଥିଲା । ୧୯୭୫ ଏବଂ ୧୯୭୯ ଦିନିକିଆ ବିଶ୍ୱକପ ଜିତିଥିଲା ୱେଷ୍ଟଇଣ୍ଡିଜ । ଗତ ୪୮ ବର୍ଷରେ ସିମିତ ଓଭର କ୍ରିକେଟରେ ଶ୍ରେଷ୍ଠ ୧୦ ଟିମ ଭିତରେ ରହିଆସୁଥିଲା । ନିକୋଲାସ ପୁରନ, କାଇଲ ମେୟର, ଜସନ ହୋଲ୍ଡର, ସାଇ ହୋପ ଭଳି ଜବରଦସ୍ତ ଖେଳାଳି ଥିବା ଦଳ ସ୍କଟଲାଣ୍ଡଠୁ ହାରିବା ଦର୍ଶାଉଛି କ୍ରିକେଟ ଏକ ଅନିଶ୍ଚିତତାର ଖେଳ ।