ଟି-୨୦ ବିଶ୍ୱକପରୁ ବିଦା ହେଲା ବିଶ୍ୱବିଜୟୀ ଦଳ ୱେଷ୍ଟଇଣ୍ଡିଜ: ସୁପର-୧୨ରେ ପହଞ୍ଚିଲା ଆୟର୍ଲାଣ୍ଡ

ଟି-୨୦ ବିଶ୍ୱକପରୁ ବିଦା ହେଲା ବିଶ୍ୱବିଜୟୀ ଦଳ ୱେଷ୍ଟଇଣ୍ଡିଜ: ସୁପର-୧୨ରେ ପହଞ୍ଚିଲା ଆୟର୍ଲାଣ୍ଡ

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ବିଶ୍ୱଚାମ୍ପିୟନ ଦଳ ୱେଷ୍ଟଇଣ୍ଡିଜକୁ ବଡ କ୍ଷତି ସହିବାକୁ ପଡିଛି । ଦୁଇଥର ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଦଳ କ୍ୱାଲିଫାଇ ରାଉଣ୍ଡରୁ ବାହାର ହୋଇସାରିଛି । ଆଜି ୱେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡ ମଧ୍ୟରେ କର ବା ମର ମ୍ୟାଚରେ ୱେଷ୍ଟଇଣ୍ଡିଜ ୯ ୱିକେଟରେ ପରାସ୍ତ ହୋଇଛି । ଫଳରେ ଆୟାର୍ଲାଣ୍ଡ ସୁପର ୧୨କୁ କ୍ୱାଲିଫାଇ କରିଥିବା ବେଳେ ବିଶ୍ୱ ଚାମ୍ପିୟନ ଦଳ ଟି-୨୦ ବିଶ୍ୱକରୁ ବାଦ ପଡିଛି ।

ୱେଷ୍ଟଇଣ୍ଡିଜ ଏକମାତ୍ର ଦଳ ଯିଏ ଦୁଇ ଥର ଟି-୨୦ ବିଶ୍ୱକପ ହାତେଇଛି । ହେଲେ ଏଥର ଦଳ ବହୁତ ଖରାପ ପ୍ରଦର୍ଶନ କରିଛି । କ୍ୱାଲିଫାଇ ମ୍ୟାଚରେ ପ୍ରଥମେ ସ୍କଟଲାଣ୍ଡଠାରୁ ପରାସ୍ତ ହୋଇଥିଲା ଦଳ । ପରେ ଜିମ୍ବାୱେଠାରୁ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ କରବ । ମର ରହିଥିଲା ଯେଉଁଥିରେ ପରାଜିତ ହୋଇ ଦଳ ବିଶ୍ୱକପରୁ ବାଦ ପଡିଛି ।

ୱେଷ୍ଟଇଣ୍ଡିଜ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା । ଯେଉଁଥିରେ ବ୍ରାଣ୍ଡନ କିଙ୍ଗ ୬୨, ଚାର୍ଲସ ୨୪ ରନ କରିଥିଲେ । ପରେ ୧୪୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଆୟର୍ଲାଣ୍ଡ ଦଳ ୧୭ ଓଭରରେ ୧ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe